Get Updates
Get notified of breaking news, exclusive insights, and must-see stories!

୧୬ ଦିନରେ ବ୍ୟାଙ୍କକୁ ଫେରିଲାଣି ୧.୮ଲକ୍ଷ କୋଟିର ୨୦୦୦ ଟଙ୍କିଆ ନୋଟ୍

2000 Notes Returne: ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ବ୍ୟାଙ୍କକୁ ଏହା ଫେରିବା ଆରମ୍ଭ ହୋଇଛି । ପ୍ରତ୍ୟାହାର ନିଷ୍ପତ୍ତି ପୂର୍ବରୁ ଭାରତୀୟ ବଜାରରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ୫୦% ବ୍ୟାଙ୍କକୁ ଫେରି ସାରିଲାଣି ।

ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କକୁ ୧.୮ଲକ୍ଷ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ଫେରସ୍ତ ଆସିଛି । ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯେତିକି ୨ ହଜାର ଟଙ୍କିଆ ନୋଟ୍ ସର୍କୁଲେସନରେ ଥିଲା ତାହାର ଅଧା ଏପର୍ଯ୍ୟନ୍ତ ବ୍ୟାଙ୍କକୁ ଫେରିଛି । ଏହାସହ ୮୫ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ।

RBI Governor Shaktikanta Das

୨ ହଜାର ନୋଟ୍ ବଜାରରୁ ପ୍ରତ୍ୟାହାର ହେଉଥିବା ବେଳେ ପୁଣି ୧ ହଜାରର ନୋଟ୍ ଆସିବ କି ? ଏନେଇ ସାମ୍ବାଦିକ କରିଥିବା ପ୍ରଶ୍ନରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଏନେଇ ମୋ ନିକଟରେ କୌଣସି ସୂଚନା ନାହିଁ । ଏବେ ସେଭଳି କିଛି ପ୍ରସ୍ତାବ ନଥିବା କହିଛନ୍ତି ଶକ୍ତିକାନ୍ତ ଦାସ ।

ସୂଚନାଥାଉ କି, ଚଳିତବର୍ଷ ମେ ୧୯ରେ ଆରବିଆଇ ୨ ହଜାର ନୋଟ୍ ପ୍ରତ୍ୟାହାର ନେଇ ଘୋଷଣା କରିଥିଲା । ନୋଟ ଫେରସ୍ତ କରିବା ପାଇଁ ଆରବିଆଇ ଲୋକମାନଙ୍କୁ ସେପ୍ଟେମ୍ବର ୩୦ ଯାଏ ସମୟ ଦେଇଛି । ତେବେ କେବଳ ବିତରଣରୁ ୨ ହଜାର ନୋଟକୁ ବାଦ୍ ଦିଆଯାଉଛି କିନ୍ତୁ ଏହି ନୋଟ୍ ଆଇନତଃ ବୈଧ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+