Get Updates
Get notified of breaking news, exclusive insights, and must-see stories!

ପୁଣି ବଢିଲା Repo Rate, ଏଣିକି ମହଙ୍ଗା ହେବ EMI

ଏଣିକି ମହଙ୍ଗା ହେବ ଋଣ । ପୁଣି ବଢିବ ଇଏମଆଇ ସୁଧ ହାର । ପୁଣି ରେପୋ ରେଟ ବଢାଇଲା ଆରବିଆଇ । ଲଗାତର ଷଷ୍ଠ ଥର ପାଇଁ ସୁଧ ହାର ବୃଦ୍ଧି କରିଛି ରିଜର୍ଭ ବ୍ୟାଙ୍କ ।

Repo Rate

ନୂଆଦିଲ୍ଲୀ: ଏଣିକି ମହଙ୍ଗା ହେବ ଋଣ । ପୁଣି ବଢିବ ଇଏମଆଇ ସୁଧ ହାର । ପୁଣି ରେପୋ ରେଟ ବଢାଇଲା ଆରବିଆଇ । ଲଗାତର ଷଷ୍ଠ ଥର ପାଇଁ ସୁଧ ହାର ବୃଦ୍ଧି କରିଛି ରିଜର୍ଭ ବ୍ୟାଙ୍କ । ଆଜି ସୁଧହାର ବୃଦ୍ଧି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ନୂଆ ରେପୋ ରେଟ୍ ହୋଇଛି ୬ ଦଶମିକ ୫ ପ୍ରତିଶତ ।

ରେପୋ ରେଟ ବଢିବା ଯୋଗୁଁ ହୋମ, ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହେବ । ଆଗକୁ ମଧ୍ୟ ଆହୁରି ସୁଧହାର ବୃଦ୍ଧି ହୋଇପାରେ । କାରଣ ଚିନ୍ତାଜନକ ସ୍ଥିତିରେ ରହିଛି ମୁଦ୍ରାସ୍ଫୀତି । ଦରଦାମ ଅଧିକ ରହୁଥିବାରୁ ତାକୁ ନିୟନ୍ତ୍ରଣ କରିବାକୁ ଆଗକୁ ମଧ୍ୟ ବଢ଼ିପାରେ ରେପୋ ରେଟ୍ । ଡିସେମ୍ବରରେ ମୁଦ୍ରାସ୍ପୀତି ହାର ଥିଲା ୫ ଦଶମିକ ସାତ ଦୁଇ । ସେପଟେ ୨୦୨୩- ୨୪ ଆର୍ଥିକ ବର୍ଷରେ ରିୟଲ ଜିଡିପି ହାର ୬ ଦଶମିକ ୪ ପ୍ରତିଶତ ରହିବ ବୋଲି ଆକଳନ କରିଛି ରିଜର୍ଭ ବ୍ୟାଙ୍କ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଆଦାନୀ ଷ୍ଟକ ଝଡ଼ ସତ୍ତ୍ବେ ବ୍ୟାଙ୍କ କ୍ଷେତ୍ର ସ୍ଥିର ରହିଛି । ଗତ ଫେବ୍ରୁଆରୀ ୧ରେ ବଜେଟ ଆଗତ ପରଠାରୁ ୨୫ ବେସିସ ପଏଣ୍ଟ ବଢ଼ାଇବା ନେଇ ବିଭିନ୍ନ ମହଲ ପକ୍ଷରୁ ଆକଳନ କରାଯାଉଥିଲା । ଗତ ବର୍ଷ ନଭେମ୍ବରରେ ମୁଦ୍ରାସ୍ଫୀତି ହାର ୫ ଦଶମିକ ୮୮ ପ୍ରତିଶତ ଥିବାବେଳେ ଡିସେମ୍ବରରେ ଏହି ହାର ରହିଥିଲା ୫ ଦଶମିକ ୭୨ ପ୍ରତିଶତ ।

ମହାମାରୀ ସମୟରେ ୨ ଥର ଏକ ପ୍ରତିଶତରୁ ଅଧିକ ରେପୋ ରେଟ୍‌ କମାଇଥିଲା ଆର୍‌ବିଆଇ । ତେବେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରକୁ ଯିବା ପରେ ରେପୋ ରେଟ୍ ବଢାଇବାକୁ ବାଧ୍ୟ ହୋଇଛି ରିଜର୍ଭ ବ୍ୟାଙ୍କ । ଯଦି ମୁଦ୍ରାସ୍ଫିତୀରେ ବ୍ରେକ୍ ନଲାଗେ ତେବେ ଆସନ୍ତା ଦିନରେ ରେପୋ ରେଟ୍ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+