ବିଭିନ୍ନ ସହରରେ Jioର ସର୍ଭର ଡାଉନ!
ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ମଧ୍ୟରୁ ଗୋଟିଏ ରିଲାଏନ୍ସ ଜିଓ ଆଜି ଅନେକ ସ୍ଥାନରେ ହଠାତ୍ ଏହାର ସେବା ବନ୍ଦ କରିଦେଇଛି। ବିଶେଷକରି କେରଳର ଉପଭୋକ୍ତାମାନେ ମୋବାଇଲ୍ ନେଟୱାର୍କ ଏବଂ ବ୍ରଡବ୍ୟାଣ୍ଡ ଉଭୟରେ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଏହି ନେଟୱାର୍କ ବିଭ୍ରାଟ ଯୋଗୁଁ, ଇଣ୍ଟରନେଟ୍ ସ୍ପିଡ୍ ବହୁତ ଧୀର ହୋଇଯାଇଛି । ଅନେକ ଲୋକଙ୍କ ଫୋନ୍ ନେଟୱାର୍କ ବାହାରେ ଯାଇଛି ଏବଂ କଲ୍ ମଧ୍ୟ ଠିକ୍ ଭାବରେ ଗ୍ରହଣ କରାଯାଉନାହିଁ। ପ୍ରାୟ ୫୬ ପ୍ରତିଶତ ଉପଭୋକ୍ତା ମୋବାଇଲ୍ ଇଣ୍ଟରନେଟ୍ ଏବଂ ୩୨ ପ୍ରତିଶତ ଉପଭୋକ୍ତା କଲ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଏହା ବ୍ୟତୀତ ୧୨ ପ୍ରତିଶତ ଉପଭୋକ୍ତା ଜିଓ ଫାଇବରରେ ସମସ୍ୟାର ଅଭିଯୋଗ କରିଛନ୍ତି । ଏହି ସମସ୍ୟା ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିଲା । ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, କେରଳ ଏବଂ ହାଇଦ୍ରାବାଦ ଭଳି ବଡ଼ ସହରରୁ ଏହି ଅଭିଯୋଗ ଆସିଛି । ତେବେ ଏ ନେଇ ଜିଓ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ ।












Click it and Unblock the Notifications