ଦୀପାବଳିରେ ରେକର୍ଡ ବ୍ୟବସାୟ, ଚୀନ୍ର ବେପାର ମାନ୍ଦା ,ଗ୍ରାହକ କିଣିଛନ୍ତି ସ୍ବଦେଶୀ ସାମଗ୍ରୀ
ଚଳିତ ଦୀପାବଳିରେ ଚୀନ୍ର ବେପାର ମାନ୍ଦା। ଭାରତୀୟ ବଜାରରେ କେବଳ ସ୍ବଦେଶୀ ସାମଗ୍ରୀର ଚାହିଦା ଭାଙ୍ଗିଲା ରେକର୍ଡ।କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଏକ ରିପୋର୍ଟ ପ୍ରକାଶ କରିଛି, ଯାହା ଅନୁଯାୟୀ ଦୀପାବଳିରେ ରେକର୍ଡ ମାତ୍ରାରେ କିଣାବିକା ହୋଇଛି। ଲୋକମାନେ ବହୁ ପରିମାଣରେ ଭାରତୀୟ ସାମଗ୍ରୀ କିଣିଛନ୍ତି। ୫.୪୦ କୋଟି ଲକ୍ଷ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହୋଇଛି। ସେଭଳି ସେବାରେ ୬୫ ହଜାର କୋଟି ଟଙ୍କାର ବ୍ୟବସାୟ କରିଛି। ଏହି ବମ୍ପର ଦୀପାବଳି ବିକ୍ରି ଭାରତର ଆର୍ଥିକ ଶକ୍ତି ଏବଂ ସ୍ୱଦେଶୀ ମନୋଭାବକୁ ପ୍ରତିଫଳିତ କରୁଛି।
ଏହି ସଂଖ୍ୟା ଏତେ ବଡ଼ ଯେ, ଏହା ଦେଶର ବ୍ୟବସାୟ ଇତିହାସରେ ସବୁଠାରୁ ବୃହତ ପାର୍ବଣ ବିକ୍ରୟ ପାଲଟିଛି। ଏହି ଅଭୂତପୂର୍ବ ସଫଳତା କେବଳ ବଜାରକୁ ପୁନର୍ଜୀବିତ କରିନାହିଁ ବରଂ "ଆତ୍ମନିର୍ଭର ଭାରତ" ଭାବନାର ଏକ ଜବରଦସ୍ତ ବିଜୟ ପାଲଟିଛି।

CATର ଗବେଷଣା ଶାଖା ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଦେଶର ୬୦ଟି ପ୍ରମୁଖ ସହରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଯେଉଁଥିରେ ସମସ୍ତ ରାଜ୍ୟ ରାଜଧାନୀ ସହିତ ଦ୍ବିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ ସହର ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା। ଏହି ରିପୋର୍ଟରେ ଭାରତର ପାରମ୍ପରିକ ଖୁଚୁରା ବଜାର କେତେ ଦୃଢ଼ ଭାବରେ ଆଗକୁ ବଢୁଛି ତାହାର ଏକ ଚିତ୍ର ଦର୍ଶାଯାଇଛି।
୮୭% ଭାରତୀୟ ଚୀନ୍ ସାମଗ୍ରୀକୁ 'ନା' କହିଥିଲେ
ଏହି ରେକର୍ଡ ଭାଙ୍ଗିବା ବିକ୍ରୟ ପଛରେ ସବୁଠାରୁ ବଡ଼ ପ୍ରେରଣାଦାୟକ ଶକ୍ତି ହେଉଛି "ସ୍ୱଦେଶୀ"ର ଚେତନା। CAIT ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ଭୋକାଲ ଫର୍ ଲୋକାଲ" ଏବଂ "ସ୍ୱଦେଶୀ ଦୀପାବଳି" ପାଇଁ ଆହ୍ୱାନ ବ୍ୟବସାୟୀ ତଥା ଗ୍ରାହକ ଉଭୟଙ୍କୁ ଅଭୂତପୂର୍ବ ଉପାୟରେ ଅନୁପ୍ରାଣିତ କରିଥିଲା।
ଦିଲ୍ଲୀ ଚାନ୍ଦିନି ଚୌକରୁ ସାଂସଦ ଓ CAITର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍ଟିକୁ ଯୁକ୍ତିସଙ୍ଗତ ଓ ସ୍ବଦେଶୀ ଗ୍ରହଣ କରିବା ପାଇଁ 'ମଜବୁତ ବ୍ରାଣ୍ଡ ଆମ୍ବାସଡର' ଭାବରେ ଉଭା କରିଛନ୍ତି। ଯାହାଦ୍ବାରା ବ୍ୟାପାରିକ ସମୁଦାୟ ଓ ଗ୍ରାହକ ଦୁହେଁ ପ୍ରେରିତ ହୋଇଛନ୍ତି। ଖଣ୍ଡେଲଓ୍ବାଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ 'ଭୋକାଲ ଫର ଲୋକାଲ' ଓ 'ସ୍ବଦେଶୀ ଦୀପାବଳି' ନାରା ଲୋକଙ୍କୁ ଖୁବ୍ ପ୍ରଭାବିତ କରିଛି। ୧୦୦% ରୁ ୮୭% ଲୋକ ଭାରତୀୟ ସାମଗ୍ରୀ କିଣିଛନ୍ତି, ଯେଉଁ କାରଣରୁ ଚୀନ୍ ବସ୍ତୁର ଆବଶ୍ୟକତା ଦୃତ ଗତିରେ ହ୍ରାସ ଘଟିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭାରତୀୟ ସାମଗ୍ରୀର ବିକ୍ରି ୨୫% ବଢିଛି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications