ଅଚଳ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍: ଜାଣନ୍ତୁ, କେତେ ତାରିଖ ଯାଏଁ ଚଳିବ ?
Two Thousand Note Ban: ଅଚଳ ହୋଇଯିବ ୨୦୦୦ ଟଙ୍କିଆ ନୋଟ୍ । ୨ ହଜାର ଟଙ୍କିଆ ନୋଟ ଫେରାଇ ନେବାକୁ ଆରବିଆଇର ନିଷ୍ପତ୍ତି । ଆଉ ଛପା ହେବନି ୨ ହଜାର ଟଙ୍କିଆ ନୋଟ । ଏବେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟ୍ ସଚଳ ରହିବ ।

ଲୋକେ ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ୍ ନିଜ ଆକାଉଣ୍ଟରେ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ମଧ୍ୟ ପାରିବେ। ସେପପ୍ଟେମ୍ବର ୩୦ ଯାଏ ଏହାର ସମୟ ସୀମା ରହିଛି । ଏକାଥରେ ଜଣେ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ ।
ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କରେ ବ୍ୟବସ୍ଥା ରହିବ । ଆଉ ୨ ହଜାର ଟଙ୍କିଆ ନୋଟ୍ ନ ଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମେ' ୨୩ରୁ ବ୍ୟାଙ୍କମାନଙ୍କରେ ୨ ହଜାର ଟଙ୍କିଆ ବଦଳାଇ ହେବ ।
ଉଲ୍ଲେଖଥାଉ କି, ୨୦୧୬ ମସିହାରେ ହୋଇଥିବା ନୋଟ ବନ୍ଦୀ ସମୟରେ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲା ।












Click it and Unblock the Notifications