Get Updates
Get notified of breaking news, exclusive insights, and must-see stories!

ଦେଶରେ ଜିଡିପି ଅଭିବୃଦ୍ଧି 7.2 ପ୍ରତିଶତ ରହିବ : ଶକ୍ତିକାନ୍ତ ଦାସ

ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଭାରତରେ ନିବେଶ ଚାହିଦା ବୃଦ୍ଧି ପାଇବା ସହ ମୌଳିକ ଅର୍ଥ ପରିଚାଳନା ବ୍ୟବସ୍ଥା ସଠିକ୍ ଦିଗରେ ଗତି କରୁଥିବାରୁ ଅଭିବୃଦ୍ଧି ଅକ୍ଷୁଣ୍ଣ ରହିଛି । ରିଜର୍ଭ ବ୍ୟାଙ୍କର ମାସିକ ମୁଖପାତ୍ରରେ ଶ୍ରୀ ଦାସ କହିଛନ୍ତି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ୭ ଦଶମିକ ୨ ପ୍ରତିଶତ ରହିବ ।

RBI Governor Shaktikanta Das

ସେ କହିଛନ୍ତି ଦେଶରେ କୃଷି କ୍ଷେତ୍ର ପ୍ରତି ବଦଳୁଥିବା ଦୃଷ୍ଟିକୋଣ ଏବଂ ଗ୍ରାମାଞ୍ଚଳରେ ଘରୋଇ ବ୍ୟବହାର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀ ଦାସ କହିଛନ୍ତି ସେବା କ୍ଷେତ୍ରରେ ନିରନ୍ତର ଉନ୍ନତି ହେଉଥିବାରୁ ସହରାଞ୍ଚଳରେ ମଧ୍ୟ ଚାହିଦା ବୃଦ୍ଧି ପାଇଛି । ବଜେଟ୍ ଆକଳନ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ ଖର୍ଚ୍ଚ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ରିଜର୍ଭ ବ୍ୟାଙ୍କ ଅନୁଯାୟୀ ୨୦୨୪- ୨୫ରେ ମୁଦ୍ରାସୀତି ୪ ଦଶମିକ ୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+