ଏହି ୫ଟି ବ୍ୟାଙ୍କର ଲାଇସେନ୍ସ ବାତିଲ୍ କଲା RBI; ଆପଣଙ୍କର ଅଛି କି ଆକାଉଣ୍ଟ ?
Bank License Cancelled: ନିୟମ ପାଳନ କରିବାରେ ଅବହେଳା କାରଣରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ବ୍ୟାଙ୍କମାନର ଲାଇସେନ୍ସ ବାତିଲ କରେ । ଏବେ ପୁଣି ଏଭଳି ଏକ କାର୍ଯ୍ୟାନୁଷ୍ଠାନ ହୋଇଛି । ଯାହାକି ବ୍ୟାଙ୍କର ଖାତାଧାରୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ୫ଟି ବ୍ୟାଙ୍କର ଲାଇସେନ୍ସ ବାତିଲ୍ କରିଦିଆଯାଇଛି । ଏଥର କୋପରେଟିଭ ବ୍ୟାଙ୍କ ୟୁନାଇଟେଡ୍ ଇଣ୍ଡିଆ କୋପ୍ରେଟିଭ ବ୍ୟାଙ୍କ ଲିମିଟେଡ୍ର ଲାଇସେନ୍ସକୁ ଆରବିଆଇ ବାତିଲ କରି ଦେଇଛି । ୟୁପିର ଏହି ବ୍ୟାଙ୍କର ପର୍ଯ୍ୟାପ୍ତ ପୁଞ୍ଜି ନ ଥିବାରୁ ଓ କମ୍ ଆୟ ସମ୍ଭାବନା ଥିବା ଆଶଙ୍କା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ଆରବିଆଇ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଲାଇସେନ୍ସ ବାତିଲ ହେତୁ ବୁଧବାର ସନ୍ଧ୍ୟାରୁ ବ୍ୟାଙ୍କ ଆଉ ବ୍ୟବସାୟ କରିପାରିବ ନାହିଁ ।

କେଉଁ ସବୁ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି ?
ଚଳିତ ଆର୍ଥିକ ବର୍ଷରେ ଆରବିଆଇ ଦ୍ୱାରା ପାଞ୍ଚଟି ସମବାୟ ବ୍ୟାଙ୍କର ଲାଇସେନ୍ସ ବାତିଲ ହୋଇଛି । ଜୁଲାଇ ମାସରେ ପାଞ୍ଚଟି ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି । ଏହାପୂର୍ବରୁ ଜୁଲାଇ ୧୧ରେ କେନ୍ଦ୍ରୀୟ ବ୍ୟାଙ୍କ ତୁମ୍କୁର, କର୍ଣ୍ଣାଟକର ଶ୍ରୀ ଶରଦା ମହିଲା ସାହାକାରି ବ୍ୟାଙ୍କ ଏବଂ ମହାରାଷ୍ଟ୍ରର ସାତାର ହରିହରେଶ୍ୱର ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଅନ୍ୟପକ୍ଷରେ, ଜୁଲାଇ ୫ ତାରିଖରୁ ବୁଲଡାନା ସ୍ଥିତ ମାଲକପୁର ସହରୀ କୋପ୍ରେଟିଭ ବ୍ୟାଙ୍କ ଲିମିଟେଡ୍ ଏବଂ ବେଙ୍ଗାଲୁରୁ ସ୍ଥିତ ସୁଶ୍ରୁତି ସୋହରଡା ସାହାକର ବ୍ୟାଙ୍କ ରେଗୁଲାରର ବ୍ୟାଙ୍କ ଲାଇସେନ୍ସ ବାତିଲ କରାଯାଇଥିଲା ।
ଗ୍ରାହକଙ୍କ ଉପରେ କି ପ୍ରଭାବ ପଡ଼ିବ ?
ତେଣୁ ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଗ୍ରାହକଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ ସେନେଇ ଗ୍ରାହକମାନେ ଜାଣିବା ନିହାତି ଜରୁରୀ । ଏପରି ସ୍ଥିତିରେ ପ୍ରତି ଜମାକାରୀଙ୍କୁ ଜମା ବୀମା ଓ ଲୋନ ଗ୍ୟାରେଣ୍ଟ ନିଗମ (ଡିଆଇସିଜିସି) ପକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ପ୍ରଦାନ କରାଯିବ । ବାଣିଜ୍ୟିକ ବ୍ୟାଙ୍କ, ସ୍ଥାନୀୟ କ୍ଷେତ୍ର ବ୍ୟାଙ୍କ, ଆଞ୍ଚଳିକ ଏବଂ ସମବାୟ ବ୍ୟାଙ୍କ ସମେତ ସମସ୍ତ ବ୍ୟାଙ୍କର ଜମା DICGCର ବୀମା ଯୋଜନା ଅଧୀନରେ ରହିଛି ।












Click it and Unblock the Notifications