Get Updates
Get notified of breaking news, exclusive insights, and must-see stories!

୫୭ ଟନ୍ ସୁନା କିଣିଲା RBI : ଭଣ୍ଡାରରେ ପହଁଞ୍ଚିଲା ୮୭୯ ଟନ୍‌

ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଲାଗି ରହିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ସୁନା ଭଣ୍ଡାରକୁ ମଜଭୁତ କରିବାରେ ଲାଗିଛି। ୨୦୪-୨୫ରେ ଏହା ୫୭.୫ଟନ୍ ସୁନା କିଣିଛି। ୨୦୧୭ ପରେ ଏହା ଦ୍ବିତୀୟ ଥର ପାଇଁ ଏତେ ପରିମାଣର ସୁନା କିଣିଛି। ଭୂରାଜନୈତିକ ସଙ୍କଟ, ଆମେରିକୀୟ ଡଲାର ମୂଲ୍ୟରେ ଅସ୍ଥିରତା, ଆମେରିକା ସରକାରୀ ବଣ୍ଡ୍‌କୁ ନେଇ ଚିନ୍ତା ଆଦି କାରଣକୁ ନେଇ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣା ବଢ଼ାଇଛନ୍ତି।

୨୦୨୫ ମାର୍ଚ୍ଚ ସୁଦ୍ଧା ତଥ୍ୟ ଅନୁସାରେ ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ୮୭୯.୬ ଟନ୍ ସୁନା ରହିଛି ଯାହା ବର୍ଷକ ପୂର୍ବେ ୮୨୨.୧ ଟନ୍ ଥିଲା। ୨୦୨୧-୨୨ରେ ଏହା ୬୬ ଟନ୍, ୨୦୨୨-୨୩ରେ ୩୫ ଟନ୍ ଓ ୨୦୨୩-୨୪ରେ ୨୭ ଟନ୍ ସୁନା କିଣିଥିଲା। ଆମେରିକା ଟ୍ରେଜେରି ଉପରୁ ନିର୍ଭରଶୀଳତା କମାଇବା ଲାଗି କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା କିଣା ଉପରେ ଧ୍ୟାନ ଦେଇଛନ୍ତି।

RBI

ପ୍ରତିବର୍ଷ ଅଧିକରୁ ଅଧିକ ସୁନା କିଣାଯାଉଥିବାରୁ ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାରରେ ସୁନାର ଭାଗ ୧୧.୮ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତବର୍ଷ ୮.୭ ପ୍ରତିଶତ ଥିଲା। ସୁନା କିଣିବାରେ ବିଶ୍ବର ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରହିଛି। ଗତବର୍ଷ ଜାନୁଆରିରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରତି ମାସରେ ରିଜର୍ଭ ବ୍ୟାଙ୍କ ହାରାହାରି ଭାବେ ୬.୬ ଟନ୍ ସୁନା କିଣିଥିଲା। କେବଳ ଫେବ୍ରୁଆରି ଓ ଡିସେମ୍ବରରେ ଏହା ସୁନା କିଣିନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+