ଦେଶର ଅର୍ଥନୀତି ମଜବୁତ କରିବାକୁ RBIର ବଡ ପଦକ୍ଷେପ, ଭାରତକୁ ଫେରାଇ ଆଣିଲା ୬୪ ହଜାର କିଲୋ ସୁନା
ସାରା ଦୁନିଆରେ ଭୂରାଜନୈତିକ ଉତ୍ତେଜନା ଚାଲିଥିବା ବେଳେ ନିଜର ଅର୍ଥନୀତିକୁ ସୁଦୃଢ କରିବାକୁ ଏମିତି ପଦକ୍ଷେପ ନେଇଛି RBI । ଏଥିପାଇଁ ବିଦେଶରେ ରହିଥିବା ୬୪ ହଜାର କିଲୋ ସୁନାକୁ ଭାରତ ଫେରାଇ ଆଣିଛି ଆରବିଆଇ । ବିଶ୍ଵରେ ଟାରିଫ ୱାର୍ ଚାଲୁଥିବା ବେଳେ ନିଜ ସମ୍ପତ୍ତିକୁ ନିଜ ଜମିରେ ସୁରକ୍ଷତି ରଖିବା ପାଇଁ ଏମିତି ପଦକ୍ଷେପ ନିଆଯାଇଛି ।
ବିଶ୍ଵରେ ଯୁଦ୍ଧ ଭଳି ସଙ୍କଟ ତଥା ବାଣିଜ୍ୟ କଟକଣା ପରିସ୍ଥିତିରେ ନିଜର ଘରୋଇ ଭଣ୍ଡାରରେ ସୁନା ରଖିବା ଅଧିକ ସୁରକ୍ଷିତ ବୋଲି ବିଶ୍ଵାସ କରେ RBI । ସେଥିପାଇଁ ଏବେ ଏମିତି ନିଷ୍ପତ୍ତି ଆରବିଆଇ ପକ୍ଷରୁ ନିଆଯାଇଛି । ଦେଶର ରିଜର୍ଭ ବ୍ୟାଙ୍କ ବିନା କାହାର ସହାୟତାରେ ଏପରି ଆର୍ଥିକ ନିଷ୍ପତ୍ତି ନେଇପାରିବ । ରୁଷ, ଇରାନ ଏବଂ ଭେନେଜୁଏଲା ଭଳି ଦେଶଗୁଡ଼ିକ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ପରେ ବିପଦ କମାଇବା ପାଇଁ ଏମିତି ପଦକ୍ଷେପ ନେଇଛି ଭାରତ ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା, RBI ପାଖରେ ମୋଟ ୮୮୦.୮ ଟନ୍ ସୁନା ଅଛି, ଯେଉଁଥିରୁ ବର୍ତ୍ତମାନ ଭାରତରେ ୫୭୫.୮ ଟନ୍ ସୁନା ଗଚ୍ଛିତ ଅଛି । ହି ସମୟରେ ପ୍ରାୟ ୨୯୦.୩ ଟନ୍ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ୍ ସେଟେଲମେଣ୍ଟ୍ସ (BIS) ଭଳି ବିଦେଶୀ ସଂସ୍ଥା ପାଖରେ ଅଛି ।
୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା ଏହି ସଂଖ୍ୟା ୮୨୨.୧୦ ଟନ୍ ଥିଲା ଏବଂ ଗୋଟିଏ ବର୍ଷରେ ସୁନାର ମାତ୍ରା ୫୭.୪୮ ଟନ୍ ବୃଦ୍ଧି ପାଇଛି । ମାର୍ଚ୍ଚ ୨୦୨୩ରୁ ଏବେ ଯାଏଁ RBI ୨୭୪ ଟନ ସୁନା ଭାରତକୁ ଆସିସାରିଛି । ଗତବର୍ଷ ମଧ୍ୟରେ ସୁନା ମୂଲ୍ୟ ୫୨% ବୃଦ୍ଧି ପାଇଛି । ଅକ୍ଟୋବର ୨୦ ତାରିଖରେ ସୁନା ମୂଲ୍ୟ ପ୍ରତି ଆଉନ୍ସ ୪,୩୮୧.୨୧ ଡଲାରର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।












Click it and Unblock the Notifications