Get Updates
Get notified of breaking news, exclusive insights, and must-see stories!

କରୋନାରେ ମାଲାମାଲ ବାବା ରାମଦେବ : 4 ମାସରେ 250 କୋଟିର ବେପାର

ମାତ୍ର 4 ମାସ ମଧ୍ୟରେ 250 କୋଟି ଟଙ୍କାର କୋରୋନିଲ୍ କିଟ୍ ବିକିଛନ୍ତି ରାମଦେବ ବାବା । କରୋନିଲ୍ କିଟ୍ ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ରାମଦେବ ଦାବି କରୁଥିବା ବେଳେ ଏହାକୁ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ରୋକ ଲଗାଇଥିଲେ ।

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଯୋଗଗୁରୁ ବାବା ରାମଦେବ । ହାତୀ ଉପରେ ବସି ଯୋଗ କରୁଥିବା ବେଳେ ଖସି ପଡି ଭାଇରାଲ ହୋଇଥିବା ବାବା ରାମଦେବ ଏବେ ବେପାରକୁ ନେଇ ଚର୍ଚ୍ଚାରେ । ବାବା ରାମଦେବଙ୍କ ବେପାର ଫର୍ମୁଲା ସବୁବେଳେ ଦୃଷ୍ଟି ଆକର୍ଷଣ କରିଛି । ରାମଦେବ ନିଜେ ପତଞ୍ଜଳୀ ବ୍ରାଣ୍ଡର ପ୍ରମୋସନ କରିଥାନ୍ତି । ଦେଶ ସାରା ପତଞ୍ଜଳୀ ଷ୍ଟୋର ରହିଥିବା ବେଳେ ଏଥିରେ କେବଳ ଦେଶୀୟ ସାମଗ୍ରୀର ପ୍ରସ୍ତୁତି ଓ ବିକ୍ରି ହେଉଥିବା ରାମଦେବ ସବୁବେଳେ ଦାବି କରି ଆସୁଛନ୍ତି ।

ରାମଦେବ କରୋନିଲ କିଟ

ତେବେ ବାବାଙ୍କ ପତଞ୍ଜଳୀ ବ୍ରାଣ୍ଡ ସବୁବେଳେ ବେପାର କ୍ଷେତ୍ରରେ ଅନ୍ୟ କମ୍ପାନୀମାନଙ୍କୁ କଡା ଟକ୍କର ଦେଇଥାଏ । ଠିକଣା ସମୟରେ ନିଷ୍ପତ୍ତି ପାଇଁ ରାମଦେବ ସବୁବେଳେ ବ୍ୟବସାୟରେ ପ୍ରଚୁର ଲାଭ ପାଇଥାନ୍ତି ।

କରୋନା ମହାମାରି ଚାଲିଥିବା ବେଳେ ଏବେ ଦେଶର ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ତେବେ ପ୍ରଥମେ କରୋନା ଦେଶକୁ ପ୍ରବେଶ କରିବା ପରେ ଅନେକ ଆତଙ୍କ ଦେଖା ଦେଇଥିଲା । ଏହାକୁ ନେଇ ଆରମ୍ବ ହୋଇଥିବା ଗୁଜବ ବ୍ୟାପିବାରେ ଲାଗିଥିଲା । ସବୁଠାରୁ ବଡ ଗୁଜବ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ବ୍ୟାପିଥିଲା । ତୁଳସୀ ପତ୍ର ଠାରୁ ନେଇ ଗୋମୁତ୍ର ଯାଏଁ ଏହାକୁ ପ୍ରତିଷେଧକ ଭାବରେ ବ୍ୟବହାର କରିବାକୁ ଗୁଜବ ବ୍ୟାପିଥିଲା । ଠିକ୍ ଏହି ସମୟରେ ବାବା ରାମଦେବ କରୋନା ମହୋଷୋଧି ଭାବରେ 'କରୋନିଲ୍' କିଟ୍ ଲଂଚ କରିଥିଲେ । ପତଞ୍ଜଳୀ ଆୟୁର୍ବେଦିକ ପକ୍ଷରୁ ଲଂଚ କରାଯାଇଥିବା ଏହି କରୋନିଲ୍ କିଟ୍ କୋଭିଡ୍ କୁ ନଜରରେ ରଖି ବଜାର ପ୍ରବେଶ କରାଯାଇଥିଲା ।

ଖୋଦ୍ ବାବା ରାମଦେବ ଏହାକୁ ବଜାର ପ୍ରବେଶ କରାଇଥିଲେ । ଏବେ ଏହି କରୋନିଲ୍ କିଟକୁ ନେଇ ଆସିଛି ରୋଚକ ତଥ୍ୟ । ମାତ୍ର ଚାରି ମାସ ମଧ୍ୟରେ ଦେଶରେ 25 ଲକ୍ଷ କରୋନିଲ୍ କିଟ୍ ବିକ୍ରି ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ବାବା ରାମଦେବ ପାଖାପାଖି 250 କୋଟି ଟଙ୍କାର ବ୍ୟବସାୟ କରିଛନ୍ତି । ଠିକଣା ସମୟରେ ବାବାଙ୍କ ଏପରି ନିଷ୍ପତ୍ତି ଏହି କରୋନିଲ କିଟକୁ ଅଧିକ ସୁଦୂର ପ୍ରସାରୀ କରିପାରିଥିବା କୁହାଯାଉଛି । ତେବେ ଏହି କରୋନିଲ୍ କିଟକୁ ନେଇ ଅନେକ ସମୟରେ ବିବାଦ ମଧ୍ୟ ଦେଖା ଦେଇଛି । ଏହି କରୋନିଲ୍ କିଟ୍ ରୋଗ ପ୍ରତିରୋଧକ ଶକ୍ତି ବଢାଉଥିବା ରାମଦେବ ଦାବି କରୁଥିବା ବେଳେ ଏହାକୁ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ରୋକ ଲଗାଇଥିଲେ । ତେବେ ଏହାର ପାର୍ଶ୍ୱପ୍ରତିକ୍ରିୟା ନଥିବା ରାମ ଦେବ କହିବା ପରେ ଏହାକୁ ସାନି ବିକ୍ରି ପାଇଁ ଅନୁମତି ମିଳିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+