Get Updates
Get notified of breaking news, exclusive insights, and must-see stories!

'ଭାରତରେ ଗୋଟିଏ ବି କମ୍ପାନି ନାହିଁ ଯାହା ସାରା ବିଶ୍ବରେ ତାହାର ନବସୃଜନ ପାଇଁ ପରିଚିତ'

ଜାପାନ ଓ ଜର୍ମାନୀଙ୍କୁ ଅତିକ୍ରମ କରି ଭାରତ ଖୁବ୍‌ଶୀଘ୍ର ବିଶ୍ବର ଚତୁର୍ଥ ବୃହତ୍‌ ଅର୍ଥନୈତିକ ମହାଶକ୍ତି ହେବାକୁ ଯାଉଛି। କିନ୍ତୁ ବିଶ୍ବସ୍ତରୀୟ ନବସୃଜନ ଆଣିବାରେ ଭାରତ ବହୁ ପଛରେ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି। ସେ ଜଣାଇଛନ୍ତି ଯେ ଭାରତରେ ଗୋଟିଏ ବି କମ୍ପାନି ନାହିଁ ଯାହା ସାରା ବିଶ୍ବରେ ତାହାର ନବସୃଜନ ପାଇଁ ପରିଚିତ।

ଏଠାରେ ନିଣ୍ଟେଣ୍ଡୋ, ‌ସୋନି, ଟୟୋଟା, ମର୍ସିଡିସ୍, ପୋର୍ସା କିମ୍ବା ଏସ୍‌ଏପି ଧରଣର ଗୋଟିଏ ବି କମ୍ପାନି ନାହିଁ। ଉଚ୍ଚ ଶୁଳ୍କ ମାଧ୍ୟମରେ ସୁରକ୍ଷା ଦେବା ସତ୍ତ୍ବେ ଗୋଟିଏ ବି ଭାରତୀୟ କାର୍ ମଡେଲ୍‌ ବିଶ୍ବ ସ୍ତରରେ ବିପୁଳ ପରିମାଣରେ ବିକ୍ରି ହୋଇନଥିବା ସେ କହିଛନ୍ତି। କୁଆଡ଼େ ଗଲା ଭାରତୀୟ ଟିକ୍‌ଟକ୍, ଡିପ୍‌ସିକ୍ ଓ ଚାଟ୍‌ଜିପିଟି ବୋଲି ସେ ପ୍ରଶ୍ନ କରିଛନ୍ତି।

Raghuram Rajan

ଭାରତୀୟ ସଂସ୍ଥାଗୁଡ଼ିକ ଦେଶ ଭିତରେ ବିଶାଳ ହୋଇଥିବା ବେଳେ ବିଦେଶରେ ଅତି ଛୋଟ। ସେମାନେ ରିସ୍କ ନେବାକୁ ଚାହୁନାହାନ୍ତି। ସରକାରଙ୍କ ପକ୍ଷରୁ ପ୍ରତିଯୋଗିତାରେ ସେମାନଙ୍କୁ ସୁରକ୍ଷା ଦିଆଯାଉଛି। ଯେତିକି ହେଉଛି, ସେତିକିରେ ଦେଶର ଗ୍ରାହକମାନେ ସନ୍ତୁଷ୍ଟ। ନବସୃଜନ କାହିଁକି କରିବା? ଭାରତୀୟ ସଂସ୍ଥାଗୁଡ଼ିକ ସେଭଳି ଭାବୁଛନ୍ତି।

ଭାରତୀୟ ଫାର୍ମା କମ୍ପାନିଗୁଡ଼ିକର ସାରା ବିଶ୍ବରେ ଉପସ୍ଥିତି ଥିଲେ ମଧ୍ୟ କେବଳ ଜେନେରିକ୍ ଉତ୍ପାଦରେ ସେମାନେ ସୀମିତ ରହିଯାଇଥିବା ରାଜନ କହିଛନ୍ତି। ଭାରତ ବୁଢ଼ା ହେବା ପୂର୍ବରୁ ଧନୀ ଦେଶରେ ପରିଣତ ହେବାକୁ ହେଲେ ନବସୃଜନ ଜରିଆରେ ଅଭିବୃଦ୍ଧି ବଢ଼ାଇବାକୁ ହେବ। ନବସୃଜନ ଉପରେ ଧ୍ୟାନ ଦେଲେ ଭାରତୀୟ ବ୍ରାଣ୍ଡ୍‌ ଦୁନିଆର ଘରେ ଘରେ ପରିଚିତ ହୋଇପାରିବ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+