ଖୁବଶୀଘ୍ର ଶସ୍ତା ହେବ ହରଡ ଡାଲି, ସରକାର ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ହରଡ଼ ଡାଲି ସହ ଅନ୍ୟାନ୍ୟ ଡାଲି ଦାମ୍ ବଢ଼ିବା ଯୋଗୁଁ ଖାଉଟିଙ୍କ ଉପରେ ବୋଝ ପଡ଼ିଛି । ଆଉ ଏହା ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ, କେନ୍ଦ୍ର ସରକାର ସରକାର ଗହମ ଭଳି ଏବେ ଡାଲିର ବଫର ଷ୍ଟକ ବିକ୍ରି କରିବେ । ଏହା ଦ୍ବାରା ଡାଲି ଦାମ୍ କମ୍ ହୋଇପାରିବ ।

ଜଣେ ଅଧିକାରୀ ନିଜ ବୟାନରେ କୁହିଛନ୍ତି ଯେ, ସରକାର ଭାରତୀୟ ବଜାରକୁ ନୂଆ ଅମଳ ହୋଇଥିବା ଡାଲି ଆସିବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ବଫରରୁ ମିଲ୍ ମାଲିକଙ୍କୁ ଡାଲି ବିକ୍ରୟ କରିବେ । ଖାଦ୍ୟ ମନ୍ତ୍ରଣାଳୟ ଅନୁସାରେ ଯେ ପର୍ଯ୍ୟନ୍ତ ଆମଦାନୀ ହୋଇ ଆସୁଥିବା ହରଡ ଡାଲି ବଜାରକୁ ନ ଆସିଛି ସେ ପର୍ଯ୍ୟନ୍ତ ସରକାର ନିଜ ବଫର ଷ୍ଟକରୁ ଡାଲି ଯୋଗାଇବେ । ମାର୍କେଟକୁ ଡାଲି ଯୋଗାଣ ଯେପରି ହ୍ରାସ ନ ପାଇବ ସେଥିପ୍ରତି ସରକାର ଯତ୍ନବାନ ହେବେ ବୋଲି କହିଛନ୍ତି । ଅନଲାଇନ୍ ପ୍ରକ୍ରିୟାରେ ସରକାର ମିଲ୍ ମାଲିକଙ୍କୁ ଏହି ଡାଲି ଯୋଗାଇବେ ।
ଅନ୍ୟପଟେ ମିଲ୍ ମାଲିକଙ୍କୁ କୁହାଯାଇଥିଲା ଯେ ସେମାନେ ନିଜର ସମୁଦାୟ କ୍ଷମତାର ୨୫ ପ୍ରତିଶତରୁ ଅଧିକ ଡାଲି ଷ୍ଟକ ରଖିପାରିବେ ନାହିଁ। ଯଦି କେହି ବ୍ୟବସାୟୀ ସୀମାରୁ ଅଧିକ ଡାଲିର ଷ୍ଟକ ରଖିଥିବା ଧରାପଡ଼ିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।












Click it and Unblock the Notifications