ଜବରଦସ୍ତ ଟଙ୍କା ରିଟର୍ଣ୍ଣ କରେ ପୋଷ୍ଟ ଅଫିସର ଏହି ସ୍କିମ୍‌

ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ କରିଥାଏ। ଯଦି ଆପଣ ନିୟମିତ ଆୟ ଲାଗି ଭଲ ବିନିଯୋଗ ବିକଳ୍ପ ଖୋଜୁଛନ୍ତି, ତେବେ ପୋଷ୍ଟ ଅଫିସ୍‌ ମନ୍ଥଲି ଇନକମ୍‌ ସ୍କିମ୍‌(POMIS) ଏକ ଆକର୍ଷଣୀୟ ନିବେଶ ବିକଳ୍ପ ହୋଇପାରେ। ଏହି ଯୋଜନା ସାହାଯ୍ୟରେ କିଭଳି ପ୍ରତି ମାସରେ ୯୦୦୦ ଟଙ୍କା ରୋଜଗାର କରିପାରିବେ ସେ ବିଷୟରେ ଜାଣି ରଖନ୍ତୁ।

POMISର ଲାଭ:

ଏହି ଯୋଜନାରେ ବିନିଯୋଗର ଆରମ୍ଭ ମାତ୍ର ୧୦୦୦ ଟଙ୍କାରୁ କରିପାରିବେ। ଏହାକୁ ଆପଣ ଏକାକି ସହ ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ସିଙ୍ଗଲ୍‌ ଆକାଉଣ୍ଟ ଥିବା ନିବେଶକ ଏହି ଯୋଜନାରେ ଅଧିକରୁ ଅଧିକ ୯ ଲକ୍ଷ ଟଙ୍କା ନିବେଶ କରିପାରିବେ। ହେଲେ ଜଏଣ୍ଟ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଯାଏ ନିବେଶ କରିହେବ। ଏହା ଏକ ୫ ବର୍ଷୀୟା ଯୋଜନା। ଯୋଜନାରେ ନିବେଶ କରିଥିବା ଟଙ୍କାରୁ ଆପଣ ପ୍ରତି ମାସରେ ରୋଜଗାର କରିପାରିବେ। ଏହି ଟଙ୍କା ଉପରେ ଆପଣଙ୍କୁ ସରକାରଙ୍କ ସୁରକ୍ଷାର ଗ୍ୟାରେଣ୍ଟି ମିଳିଥାଏ ଏବଂ ବର୍ତ୍ତମାନ ସମୟରେ ସରକାର ବର୍ଷକୁ ୭.୪% ସୁଧ ଦିଆଯାଉଛି।

postal

ମାସକୁ ୯ ହଜାର କିଭଳି ମିଳିବ?

ଯଦି ଆପଣ ଚାହିଁବେ ତେବେ ଏହି ଯୋଜନା ସହାୟତାରେ ଆପଣ ଅବସର ମଧ୍ୟ ପ୍ଲାନ କରିପାରିବେ। ପ୍ରତି ମାସରେ ନିଶ୍ଚିତ ରୋଜଗାର ପାଇପାରିବେ। ଏଥିରେ ଯଦି ଆପଣ ଜଏଣ୍ଟ ଆକାଉଣ୍ଟ ମାଧ୍ୟମରେ ୧୫ ଲକ୍ଷ ନିବେଶ କରନ୍ତି ତେବେ ୭.୪% ସୁଧ ହାରରେ ମାସକୁ ୯୨୫୦ ଟଙ୍କା ରୋଜଗାର କରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+