For Quick Alerts
Turn On Notification  
For Daily Alerts
Oneindia App Download

ଆଶ୍ଚର୍ଯ୍ୟ : ଏହି ସବୁ ସ୍ଥାନରେ ୩୦ ଟଙ୍କା ତଳେ ରହିଛି ପେଟ୍ରୋଲ ଦର

'ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେତୁ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଏଥସହିତ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଉତ୍ପାଦନରେ ପ୍ରଭାବ ପଡ଼ୁଛି ବୋଲି ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର ।

|

ଉତ୍ପାଦନକାରୀ ଦେଶରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ହେବା ପରେ ଭାରତରେ ଇନ୍ଧନ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 90ଟଙ୍କା 93ପଇସା ଥିବା ବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର କେତେକ ସ୍ଥାନରେ ଗତ ସପ୍ତାହରେ ପେଟ୍ରୋଲ ଲିଟର ପ୍ରତି 100ଟଙ୍କା ଟପି ଯାଇଥିଲା । ଏହି ତୈଳ ଦର ବୃଦ୍ଧିକୁ ନେଇ କେତେକ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି ।

petrol

ମଙ୍ଗଳବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଦରରେ ହ୍ରାସ ଘଟିବା ନେଇ ସୂଚନା ଦେଇଛନ୍ତି । 'ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେତୁ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଏଥସହିତ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଉତ୍ପାଦନରେ ପ୍ରଭାବ ପଡ଼ୁଛି ବୋଲି ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର ।

ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (Opec) ଏବଂ ଓପେକ୍ ପ୍ଲସକୁ ଉତ୍ପାଦନ ବୃଦ୍ଧି କରିବାକୁ ମଧ୍ୟ ଅନୁରୋଧ କରିଛି । କାରଣ ଦେଶରେ ବଢୁଥିବା ମୂଲ୍ୟ ସମ୍ବେଦନଶୀଳ ଗ୍ରାହକଙ୍କୁ କ୍ଷତି ପହଞ୍ଚାଉଛି । ଏପରିକି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଉପଭୋକ୍ତା ଦେଶ ।

ଏହି ସମୟରେ ଏପରି କିଛି ଦେଶ ଅଛି, ଯେଉଁଠାରେ ପେଟ୍ରୋଲ ଲିଟର ପ୍ରତି 30 ଟଙ୍କାରୁ କମ୍ ରହିଥିଲା । ହଂକଂରେ 30 ଟଙ୍କା ଦର ରହିଥିଲା । globalpetrolprices.com ଅନୁଯାୟୀ, ଏହି ଦର 175 ଟଙ୍କା ଥିଲା, ଯିଏକି ସମଗ୍ର ଦେଶରେ ଇନ୍ଧନର ମୂଲ୍ୟ ସମ୍ପର୍କରେ ସାପ୍ତାହିକ ରିପୋର୍ଟ ପ୍ରଦାନ କରିଥାଏ ।

ଫେବୃଆରୀ 22 ସୁଦ୍ଧା ପେଟ୍ରୋଲର ମୂଲ୍ୟ ₹ 30 ତଳେ ଥିବା ଦେଶଗୁଡିକର ତାଲିକା :

ଭେନେଜୁଏଲା ₹ 1.448

ଇରାନ ₹ 4.397

ଅଙ୍ଗୋଲା ₹ 17.773

ଆଲଜେରିଆ ₹ 25.032

କୁଏତ ₹ 25.133

ସୁଦାନ ₹ 27.407

କାଜାଖସ୍ତାନ ₹ 29.657

କ୍ୱତାର ₹ 29.825

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As petrol price hits ₹100 in India, here's where it is selling below ₹30.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X