ଖୁସିଖବର : ପୁଣି କମିଲା ପେଟ୍ରୋଲ ଓ ଡିଜେଲ୍ ଦର । ଜାଣନ୍ତୁ ଏବେ ରହିଛି କେତେ
ଆଜି, 25 ମାର୍ଚ୍ଚ 2021 ଗୁରୁବାର ଦିନ ଡିଜେଲ ଏବଂ ପେଟ୍ରୋଲ ଦରରେ ପୁଣି ହ୍ରାସ ହୋଇଛି
ଭୁବନେଶ୍ୱର : ଆଜି, 25 ମାର୍ଚ୍ଚ 2021 ଗୁରୁବାର ଦିନ ଡିଜେଲ ଏବଂ ପେଟ୍ରୋଲ ଦରରେ ପୁଣି ହ୍ରାସ ହୋଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା 21 ପଇସା ହ୍ରାସ ପାଇ ଏବେ ଲିଟର ପିଛା 90.78 ଟଙ୍କା ହୋଇଛି । ଏଥି ସହିତ ଡିଜେଲର ହାର ଲିଟର ପିଛା 20 ପଇସା ହ୍ରାସ ପାଇ ଏବେ 81.10 ଟଙ୍କା ହୋଇଛି । ସରକାରୀ ତୈଳ କମ୍ପାନୀଗୁଡିକ ମୂଲ୍ୟର ସମୀକ୍ଷା କରିବା ପରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ଦର ସ୍ଥିର କରନ୍ତି । ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ସଂଶୋଧନ କରି ଦୈନିକ ସକାଳ 6 ଟାରୁ ପେଟ୍ରୋଲ ଦର ଏବଂ ଡିଜେଲ ଦର ପ୍ରଦାନ କରିଥାଏ ।
ଆଜିର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଜାଣନ୍ତୁ
ବର୍ତ୍ତମାନ ଦିଲ୍ଲୀରେ 1 ଲିଟର ପେଟ୍ରୋଲର ମୂଲ୍ୟ 90.78 ଟଙ୍କା ରହିଛି। ଏଥିସହିତ, 1 ଲିଟର ଡିଜେଲର ମୂଲ୍ୟ ଲିଟର ପିଛା 81.10 ଟଙ୍କା ରହିଛି।
- କୋଲକାତାରେ 1 ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ 90.98 ଟଙ୍କା ରହିଛି ଓ 1 ଲିଟର ଡିଜେଲର ମୂଲ୍ୟ ଲିଟର ପିଛା 83.98 ଟଙ୍କା ରହିଛି।

- ଚେନ୍ନାଇରେ 1 ଲିଟର ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ 92.77 ଟଙ୍କା ଓ 1 ଲିଟର ଡିଜେଲର ମୂଲ୍ୟ ଲିଟର ପିଛା 86.10 ଟଙ୍କା ରହିଛି ।
- ଭୁବନେଶ୍ୱରରେ 1 ଲିଟର ପେଟ୍ରୋଲର ମୂଲ୍ୟ 21 ପଇସା ହ୍ରାସ ଘଟି 91.51 ଟଙ୍କା ରହିଛି । ଏଥିସହିତ ଡିଜେଲ୍ ଦରରେ ମଧ୍ୟ 22 ପଇସା ହ୍ରାସ ଘଟି 88.38 ଟଙ୍କା ରହିଛି ।
- କଟକରେ ମଧ୍ୟ 1 ଲିଟର ପେଟ୍ରୋଲ ଦରରେ 21 ପଇସା ହ୍ରାସ ଘଟି 91.80 ଟଙ୍କା ରହିଛି ଏବଂ 1 ଲିଟର ଡିଜେଲ ଦରରେ 22 ପଇସା ହ୍ରାସ ଘଟି 88.67 ଟଙ୍କା ରହିଛି ।












Click it and Unblock the Notifications