କମିଲା ଏଟିଏମ୍ରୁ ଟଙ୍କା ଉଠାଣ
ଡିଜିଟାଲ ପେମେଣ୍ଟର ବ୍ୟାପକ ଗ୍ରହଣୀୟତା ବଢ଼ିଥିବାରୁ ଲୋକଙ୍କୁ ଆଉ ନଗଦ ଟଙ୍କା ଦରକାର ପଡ଼ୁନାହିଁ । ସେଥିପାଇଁ ଏଟିଏମ୍ରୁ ଟଙ୍କା ଉଠାଣ ହ୍ରାସ ପାଇଛି। ସିଏମ୍ଏସ୍ ଇନ୍ଫୋ ସିଷ୍ଟମ୍ସ ତଥ୍ୟ ଅନୁଯାୟୀ ୨୦୨୫ରେ ଏଟିଏମ୍ ପିଛା ମାସିକ ଟଙ୍କା ଉଠାଣ ୧.୨୧ କୋଟି ଟଙ୍କା ରହିଛି ଯାହା ୨୦୨୪-୨୫ରେ ତା'ଠାରୁ ଅଧିକ ୧.୩୦ କୋଟି ଟଙ୍କା ଥିଲା। ଏହି କମ୍ପାନି ଦେଶରେ ୭୩୦୦୦ରୁ ଅଧିକ ଏଟିଏମ୍ର ପରିଚାଳନା କରୁଛି। ପୂର୍ବରୁ କମ୍ପାନି ଆର୍ଥିକ ବର୍ଷ ଆଧାରିତ ତଥ୍ୟ ଦେଉଥିଲା।

ଏବେ କିନ୍ତୁ କ୍ୟାଲେଣ୍ଡର ବର୍ଷ ଅନୁସାରେ ତଥ୍ୟ ଜାରି କରୁଛି। ତେବେ ୨୦୨୫ରେ ଏଟିଏମ୍ରୁ ମାସିକ ହାରାହାରି ଟଙ୍କା ଉଠାଣ ପରିମାଣ ୪.୫ ପ୍ରତିଶତ ବୃଦ୍ଧି ପାଇ ୫୮୩୫ ଟଙ୍କା ହୋଇଛି। ବର୍ଷକ ପୂର୍ବରୁ ତାହା ୫୫୮୬ ଟଙ୍କା ଥିଲା। ମାସିକ ଏଟିଏମ୍ ଉଠାଣ ପରିମାଣ କର୍ଣ୍ଣାଟକରେ ସର୍ବାଧିକ ୧.୭୩ କୋଟି ଟଙ୍କା ଥିବା ବେଳେ ଜମ୍ମୁ ଓ କାଶ୍ମୀରରେ ସର୍ବନିମ୍ନ ୮୩ ଲକ୍ଷ ଟଙ୍କା ରହିଛି।
ଦେଶର ସହରାଞ୍ଚଳ ଓ ଅର୍ଧ ସହରାଞ୍ଚଳରେ ଲୋକମାନେ ଏଟିଏମ୍ରୁ ଟଙ୍କା ଉଠାଇବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି। ସେଥିପାଇଁ ସେହି ଅଞ୍ଚଳରେ ଥିବା ମେସିନଗୁଡ଼ିକରୁ ମାସିକ ଟଙ୍କା ଉଠାଣ ୧.୩୦ କୋଟି ଟଙ୍କା ରହିଛି। ମେଟ୍ରୋ ସହର ଓ ବଡ଼ ବଡ଼ ସହରରେ କିନ୍ତୁ ଏଟିଏମ୍ ପିଛା ଉଠାଣ ୧.୧୧ କୋଟି ଟଙ୍କା ରହିଛି। ମୌସୁମୀ ବର୍ଷା, ଗ୍ରୀଷ୍ଣପ୍ରବାହ ଓ ଉତ୍ସବ ଏଟିଏମ୍ରୁ ଟଙ୍କା ଉଠାଣକୁ ପ୍ରଭାବିତ କରିଥାଏ ବୋଲି ରିପୋର୍ଟରେ କୁହାଯାଇଛି।












Click it and Unblock the Notifications