Paytm: ପେଟିଏମ୍ ବ୍ୟବହାର କରୁଛନ୍ତି କି ? ଜାଣି ରଖନ୍ତୁ, ଜୁଲାଇ 20 ରୁ ବନ୍ଦ .ହୋଇଯିବ ଏହି ସବୁ ସୁବିଧା
Paytm: ଅନଲାଇନ୍ ପେମେଣ୍ଟ ବ୍ୟାଙ୍କ ତଥା ୱାଲେଟ୍ ପେଟିମ୍ ର ସମସ୍ୟା ଶେଷ ହେବାର ନାଁ ଧରୁନି । କମ୍ପାନୀରେ ଲଗତାର ଇସ୍ତଫା ମଧ୍ୟରେ ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଘୋଷଣା କରିଛି ଯେ ଗତ ବର୍ଷ ଠାରୁ କୌଣସି କାରବାର ନଥିବା ଏବଂ ଶୂନ୍ୟ ବାଲାନ୍ସ ଥିବା ୱାଲେଟଗୁଡିକ 20 ଜୁଲାଇ 2024 ରେ ବନ୍ଦ ହୋଇଯିବ ।

ଏହି ସୂଚନା ଦେଇ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ୱେବସାଇଟ୍ ଲେଖିଛି, 'ଦୟାକରି ଧ୍ୟାନ ଦିଅନ୍ତୁ ଯେ ଗତ 1 ବର୍ଷ କିମ୍ବା ତା'ଠାରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି କାରବାର ହୋଇନଥିବା ଏବଂ ଶୂନ୍ୟ ବାଲାନ୍ସ ଥିବା ସମସ୍ତ ୱାଲେଟ୍ 20 ଜୁଲାଇ 2024 ରୁ ବନ୍ଦ ହୋଇଯିବ । ସମସ୍ତ ପ୍ରଭାବିତ ଉପଭୋକ୍ତାଙ୍କୁ ସୂଚନା ଦିଆଯିବ ଏବଂ ୱାଲେଟ୍ ବନ୍ଦ କରିବାର 30 ଦିନ ପୂର୍ବରୁ ଏକ ବିଜ୍ଞପ୍ତି ପ୍ରଦାନ କରାଯାଇଛି ।'
ମାର୍ଚ୍ଚ ମାସରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଜାରି କରିଥିବା ନିର୍ଦ୍ଦେଶାବଳୀ ଅନୁସାରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଏବଂ ୱାଲେଟକୁ ମାର୍ଚ୍ଚ 15, 2024 ପରେ ନୂତନ ଜମା କିମ୍ବା କ୍ରେଡିଟ କାରବାରକୁ ଅନୁମତି ଦେଇ ନଥିଲା । ଅବଶ୍ୟ, ଏହି ତାରିଖ ପରେ ମଧ୍ୟ ବାଲାନ୍ସରୁ ଟଙ୍କା ଉଠାଇବା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ । ବ୍ୟାଙ୍କଗୁଡିକ ସେମାନଙ୍କ ଗ୍ରାହକମାନଙ୍କୁ ଗତ କିଛି ମାସ ଧରି ସେମାନଙ୍କର ନିଷ୍କ୍ରିୟ ୱାଲେଟ୍ ଏବଂ ବ୍ୟବହାରରେ ଖାତା ବନ୍ଦ କରିବାକୁ ଅନୁରୋଧ କରିଆସୁଛନ୍ତି ।
ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ପୂର୍ବରୁ ସୂଚନା ଦେଇସାରିଛି ଯେ, ଯେଉଁ ଆକାଉଣ୍ଟଗୁଡିକ ଗତ ଏକ କିମ୍ବା ଅଧିକ ବର୍ଷ ଧରି କୌଣସି କାରବାର ହୋଇନାହିଁ ଏବଂ ଶୂନ୍ୟ ବାଲାନ୍ସ ଅଛି, ସେଗୁଡ଼ିକ ବନ୍ଦ ହୋଇଯିବ । ଏହା ଜୁନ୍ 9, 2024 ରୁ କାର୍ଯ୍ୟକାରୀ ହେବ । ଯଦି ଆପଣଙ୍କର ଖାତା ବନ୍ଦ ହୋଇନଥାଏ, ଆପଣଙ୍କର ନିଷ୍କ୍ରିୟ ଆକାଉଣ୍ଟକୁ ବନ୍ଦ ନହେବା ପାଇଁ, ଦୟାକରି ଆପଣଙ୍କର ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବ୍ୟବହାର କରି ନିମ୍ନୋକ୍ତ ଯେକୌଣସି କାର୍ଯ୍ୟ କରନ୍ତୁ; ଯେପରିକି ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ, ତେବେ ଆପଣଙ୍କର ଖାତା ବନ୍ଦ ହୋଇଯିବ ।
ନିଷ୍କ୍ରିୟ ୱାଲେଟ୍ ଆକାଉଣ୍ଟକୁ କିପରି କରିବେ ଚାଲୁ
ଆପଣଙ୍କର ୱାଲେଟ୍ ପୁଣି ସକ୍ରିୟ କରିବାକୁ, https://m.paytm.me/cb_wal ରେ କ୍ଲିକ୍ କରନ୍ତୁ ।
ଆପଣଙ୍କର ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ବ୍ୟବହାର କରିପାରିବେ:
1. ପେଟିଏମ୍ ଆପ୍ ଖୋଲନ୍ତୁ ଏବଂ ମୂଳପୃଷ୍ଠାକୁ ଯାଆନ୍ତୁ
2. PPBL ବିଭାଗରେ ଥିବା 'ୱାଲେଟ୍' ଆଇକନ୍ ଉପରେ କ୍ଲିକ୍ କରନ୍ତୁ
3. 'ଆପମଙ୍କ ୱାଲେଟ୍ ନିଷ୍କ୍ରିୟ ହୋଇଯାଇଛି' ଥିବା ଏକ ମେସେଜ୍ ଦେଖିବାକୁ ମିଳିବ ।
4. 'ୱାଲେଟ୍ ଆକ୍ଟିଭେଟ୍' ଉପରେ କ୍ଲିକ୍ କରନ୍ତୁ ଏବଂ ପୁନଃ ସକ୍ରିୟ ପ୍ରକ୍ରିୟା ସମାପ୍ତ କରିବାକୁ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ ।












Click it and Unblock the Notifications