ବିଧିବଦ୍ଧ ଭାବେ ଟ୍ବିଟରକୁ ହାତକୁ ନେଲେ ଏଲନ ମସ୍କ; ପୁରୁଣା ସିଇଓ ପରାଗ ଅଗ୍ରୱାଲଙ୍କୁ ହଟାଇଲେ
ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେସ୍ଲାର ସିଇଓ ଏଲନ ମସ୍କ ବିଧିବଦ୍ଧ ଭାବେ ଟ୍ବିଟରର ପରିଚାଳନା ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ତେବେ ଟ୍ବିଟରକୁ ନିୟନ୍ତ୍ରଣକୁ ନେବା ପରେ ପ୍ରଥମେ ସେ ଏହାର ସିଇଓ ପରାଗ ଅଗ୍ରୱାଲଙ୍କୁ ବିଦା କରିଛନ୍ତି ।
ନୂଆଦିଲ୍ଲୀ : ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେସ୍ଲାର ସିଇଓ ଏଲନ ମସ୍କ ବିଧିବଦ୍ଧ ଭାବେ ଟ୍ବିଟରର ପରିଚାଳନା ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ତେବେ ଟ୍ବିଟରକୁ ନିୟନ୍ତ୍ରଣକୁ ନେବା ପରେ ପ୍ରଥମେ ସେ ଏହାର ସିଇଓ ପରାଗ ଅଗ୍ରୱାଲଙ୍କୁ ବିଦା କରିଛନ୍ତି । ପୂର୍ବରୁ ଡିଲ୍କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ ସଂପୂର୍ଣ୍ଣ ନିଜ ମାଲିକାନାକୁ ନେବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ବଡ଼ ବଡ଼ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି।

ଚଳିତ ବର୍ଷ ଏପ୍ରିଲରେ ଟ୍ବିଟର କିଣିବାକୁ ଏଲନ ମସ୍କ ୪୪ ବିଲିୟନ ଡଲାରର ଡିଲ୍ କରିଥିଲେ । ଏନେଇ ସେ ଘୋଷଣା କରିଥିଲେ । ଟ୍ବିଟର ଅଧିକାରୀମାନେ ଫେକ୍ ଆକାଉଣ୍ଟ ପ୍ରସଙ୍ଗରେ ତାଙ୍କୁ ଓ ଟ୍ବିଟର ନିବେଶମାନଙ୍କୁ ସଠିକ୍ ସୂଚନା ଦେଇଥିବା ଅଭିଯୋଗରେ ମସ୍କ ଏହି ଡିଲ୍କୁ ଅଟକାଇ ଦେଇଥିଲେ । ସେ ଚୁକ୍ତିରୁ ଓହରିବା ପାଇଁ ଘୋଷଣା କରିବା ପରେ ଟ୍ବିଟର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ମାମଲାର ବିଚାର କରି କୋର୍ଟ ଅକ୍ଟୋବର ୨୭ ସୁଦ୍ଧା ଏହି ଡିଲ୍ ସମ୍ପୂର୍ଣ୍ଣ କରିବାକୁ ଏଲନ ମସ୍କଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରାଗଙ୍କ ସମେତ ମସ୍କ କମ୍ପାନୀର ତିନି ଜଣ ଶୀର୍ଷ ଅଧିକାରୀଙ୍କୁ ପଦରୁ ବହିଷ୍କୃତ କରିଛନ୍ତି। ଏନେଇ ଆମେରିକା ମିଡ଼ିଆ ଖବର ପ୍ରକାଶ ପାଇଛି।

ଗତକାଲି ନିଆରା ଅନ୍ଦାଜରେ ଟ୍ଵିଟର ମୁଖ୍ୟାଳୟକୁ ପ୍ରବେଶ କରିଥିଲେ ଏଲନ ମସ୍କ। ଓ୍ଵାଶ ବେସିନ ଧରି ଟ୍ଵିଟର ମୁଖ୍ୟାଳୟରେ ପହଞ୍ଚିଥିଲେ ମସ୍କ । ଏହାପରେ ସେ ନିଜ ଭିଡ଼ିଓକୁ ଅପଲୋଡ କରିଥିଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ହେଉଛି।












Click it and Unblock the Notifications