ଅନଲାଇନରେ ଘରେ ପହଞ୍ଚିବ ସଞ୍ଜିବନି ! ଆମାଜନ୍ ଓ ଜୋମାଟୋରେ ବିତରଣ ହେବ ଅକ୍ସିଜେନ୍
ହୋମ୍ ଆଇସୋଲେସନରେ ରହୁଥିବା ରୋଗୀଙ୍କ ପାଇଁ ଅକ୍ସିଜେନ୍ ଉପଲବ୍ଧ କରାଇବାକୁ ଜିଲ୍ଲା ପ୍ରଶାସନ ଜମାଟୋ ଏବଂ ଆମାଜନ ଭଳି କମ୍ପାନିକୁ ଏଥିରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛି
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେ ଦିଗରେ ଭାରତ ପ୍ରାଣପଣେ ତାର ଚେଷ୍ଟା ଜାରି ରଖିଛି। ଏହି ମହାମାରୀରେ ସଂକ୍ରମିତ ହୋଇ ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ହସ୍ପିଟାଲରେ ରୋଗୀଙ୍କ ପାଇଁ ବ୍ୟବହୃତ ହେଉଥିବା ମେଡିକାଲ୍ ଅକ୍ସିଜେନର ଅଭାବ ଦେଖାଦେଇଛି । ତେଣୁ ଦେଶରେ ଅକ୍ସିଜେନ୍ ସଙ୍କଟକୁ ଦୂର କରିବା ପାଇଁ ବିଭିନ୍ନ ରାଜ୍ୟ ସମତେ ବିଦେଶରୁ ମଧ୍ୟ ସାହାଯ୍ୟର ହାତ ବଢିଛି । ଏହି ସମୟରେ ହସ୍ପିଟାଲରେ ବେଡ୍ କମ୍ ପଡୁଥିବାରୁ ଅଧିକାଂଶ ସ୍ୱଳ୍ପ ଲକ୍ଷଣ ଯୁକ୍ତ ରୋଗୀମାନେ ହୋମ୍ ଆଇସୋଲେସନ୍ ରେ ରହିଛନ୍ତି । ଏହା ଭିତରେ ଗୁରୁଗ୍ରାମ ପ୍ରଶାସନ ହୋମ୍ ଆଇସୋଲେସନରେ ରହୁଥିବା କରୋନା ସଂକ୍ରମିତଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି।
ହୋମ୍ ଆଇସୋଲେସନରେ ରହୁଥିବା ରୋଗୀଙ୍କ ପାଇଁ ଅକ୍ସିଜେନ୍ ଉପଲବ୍ଧ କରାଇବାକୁ ଜିଲ୍ଲା ପ୍ରଶାସନ ଜୋମାଟୋ ଏବଂ ଆମାଜନ ଭଳି କମ୍ପାନିକୁ ଏଥିରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ହୋମ୍ ଆଇସୋଲେସନରେ ରହୁଥିବା ସଂକ୍ରମିତମାନେ ଯେପରି ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା କରାଇ ପାରିବେ ବା ଅକ୍ସିଜେନ୍ ନେଇ ପାରିବେ ସେ ଦିଗରେ ଗୁରୁଗ୍ରାମ ପ୍ରଶାସନ ବିଶେଷ ଦୃଷ୍ଟି ଦେଇଛି ।

ସେଥିପାଇଁ ଜୋମାଟୋ, ଆମାଜନ୍ ଭଳି ଡେଲିଭେରୀ ଏଜେନ୍ସିକୁ ଏଥିରେ ନିୟୋଜିତ କରିବାକୁ ଆଗ୍ରହ ପ୍ରକାଶ କରିଛି । ଏନେଇ ପ୍ରଶାସନ ପକ୍ଷରୁ ଏକ ଆଦେଶ ଜାରି କରାଯାଇଛି। ଜିଲ୍ଲାଧିକାରୀ ଠିକ୍ ସମୟରେ ଡେଲିଭେରୀ ବା ବିତରଣକୁ ସୁନିଶ୍ଚିତ କରିବା ପାଇଁ ଏକ ଟିମ୍ ଗଠନ କରିଛନ୍ତି।
ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଅକ୍ସିଜେନ୍ ସିଲିଣ୍ଡରର ହୋମ୍ ଡେଲିଭେରୀ ସହ ରିଫିଲିଂର ମୁଲ୍ୟ ମଧ୍ୟ ଧାର୍ଯ୍ୟ କରାଯିବ । ସୂଚନା ଅନୁସାରେ ଦେଶରେ ଅକ୍ସିଜେନ୍ ଅଭାବ କାରଣରୁ ଅନେକ ଲୋକଙ୍କ ଜୀବନ ଚାଲି ଯାଉଛି । ସ୍ଥିତି ଏପରି ହୋଇଥିଲା ଯେ, ଅକ୍ସିଜେନ୍ ସଙ୍କଟ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହାପରେ ଅକ୍ସିଜେନ୍ ଯୋଗାଣ ପାଇଁ ସ୍ୱତନ୍ତ୍ର ଏକ୍ସିପ୍ରେସ୍ ଚଳାଇବାକୁ ପଡିଲା ।












Click it and Unblock the Notifications