ଇଷ୍ଟଇଣ୍ଡିଆ କମ୍ପାନି ଭାରତରୁ ନେଇଛି ୬୫ ଲକ୍ଷ କୋଟି ଡଲାର: ଅକ୍ସଫାମ୍‌

ନୂଆଦିଲ୍ଲୀ: ବ୍ରିଟିସମାନେ ଭାରତରେ ଶାସନ କରିବା ସମୟରେ ଆମ ଦେଶରୁ ୬୪.୮୨ ଟ୍ରିଲିଅନ ଡଲାର ସଂପତ୍ତି ନେଇଯାଇଛନ୍ତି। ୧୭୬୫ରୁ ୧୯୦୦ ମସିହା ମଧ୍ୟରେ ଏହି ଅର୍ଥ ସେମାନେ ନେଇଥିବା ଅକ୍ସଫାମ ଇଣ୍ଟରନ୍ୟାସନାଲର 'ଟେକର୍ସ, ନଟ୍‌ ମେକର୍ସ' ରିପୋର୍ଟରେ କୁହାଯାଇଛି। ଏଥିରୁ ୩୩.୮ ଟ୍ରିଲିଅନ ଡଲାର ବ୍ରିଟ୍ରେନର ୧୦% ଧନୀ ଲୋକମାନେ ନେଇଛନ୍ତି। ଡାଭୋସଠାରେ ବିଶ୍ବ ଅର୍ଥନୈତିକ ଫୋରମ ବୈଠକରେ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।

ଏଭଳି ତଥ୍ୟ ଅକ୍ସଫାମ ଇଣ୍ଟରନ୍ୟାସନାଲ ପକ୍ଷରୁ ଜାରି 'ଟେକର୍ସ ନଟ୍‌ ମେକର୍ସ ରିପୋର୍ଟରୁ ଜଣାପଡିଛି । ସ୍ୱିଜରଲାଣ୍ଡର ଡାଭୋସରେ ଚାଲିଥିବା ୱାର୍ଲଡ ଇକୋନୋମିକ ଫୋରମ ବାର୍ଷିକ ବୈଠକ ଅବସରରେ ଅକ୍ସଫାମ ଏଭଳି ଏକ ରିପୋର୍ଟ ଜାରି କରିଛି । ଏଥିରେ କୁହାଯାଇଛି ଯେ, ବର୍ତ୍ତମାନର ବହୁଦେଶୀୟ କମ୍ପାନି ଗୁଡିକ ଯୋଗାଣ ଶୃଙ୍ଖଳାକୁ ନିୟନ୍ତ୍ରଣ କରି ସମ୍ବଳ ଲୁଟୁଛନ୍ତି । ଯାହା 'ଗ୍ଲୋବାଲ ସାଉଥ'କୁ ଗଭୀର କ୍ଷତି ପହଞ୍ଚାଉଛି ।

୧୭୬୫ରୁ ୧୯୦୦ ଯାଏ ବ୍ରିଟେନ ଭାରତରୁ ୬୪.୮୨ ଲକ୍ଷ କୋଟି ଡଲାର ସମ୍ପତ୍ତି ଲୁଟି ନେଇଥିଲା । ଏଥି ମଧ୍ୟରୁ ଅର୍ଦ୍ଧାଧିକ ସମ୍ପତ୍ତି କେବଳ ବ୍ରିଟେନର ୧୦% ଲୋକଙ୍କ ନିକଟକୁ ଯାଇଥିଲା । ଏହି ସମ୍ପତ୍ତି ବ୍ରିଟେନର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥିବା ବେଳେ ଭାରତ କାଙ୍ଗାଳ ସ୍ଥିତିକୁ ଚାଲି ଆସିଲା । ଉପନିବେଶବାଦ ରୀତିମତ ଭାବେ ଭାରତର ଶିଳ୍ପ କ୍ଷେତ୍ରକୁ ଦୀର୍ଘ ମିଆଦୀ ଭିତ୍ତିରେ ପଙ୍ଗୁ କରିଦେଲା ।

Oxfam

୨୦୨୪ରେ ଅରବପତିଙ୍କ ସମ୍ପତ୍ତି ୨ ଲକ୍ଷ କୋଟି ଡଲାର ବଢ଼ିଛି । ଏହା ଏବେ ୧୫ ଲକ୍ଷ କୋଟି ଡଲାର ଛୁଇଁଛି । ଗତ ବର୍ଷ ତୁଳନାରେ ଏଥିରେ ୩ ଗୁଣା ବୃଦ୍ଧି ହୋଇଛି । ଗତ ବର୍ଷ ସାରା ବିଶ୍ୱରେ ସୃଷ୍ଟି ହୋଇଛନ୍ତି ୨୦୪ ନୂଆ ଅରବପତି । ଗୋଟିଏ ପଟେ ଅତିଧନୀ ବ୍ୟକ୍ତି ବିଶେଷଙ୍କ ଅଭ୍ୟୁଦୟ ଏବଂ ଅନ୍ୟପଟେ ଦାରିଦ୍ର‌୍ୟର ବିକଳ ଚିତ୍ରକୁ ଅକ୍ସଫାମ ଏହାର ରିପୋର୍ଟରେ ଦର୍ଶାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+