୬ ମାସରେ ବଢ଼ିଛି ୮ ଗୁଣା ବ୍ୟାଙ୍କ ଠକେଇ, ଯାହାର ପରିମାଣ ୨୧ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ଏବେ ବ୍ୟାଙ୍କଗୁଡିକ ସାମ୍ନାରେ ଡିଜିଟାଲ ଠକେଇ ନୂଆ ଆହ୍ୱାନ ଭାବେ ଉଭା ହୋଇଛି । ସାମାନ୍ୟ ଅବହେଳାରେ ଆକାଉଣ୍ଟ୍‌ ସଫା କରି ଦେଉଛନ୍ତି ସାଇବର ଠକ । ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ବ୍ୟାଙ୍କ ଠକେଇ ମାମଲା ନେଇ ରିଜର୍ଭ ବ୍ୟାଙ୍କ ନିକଟରେ ଜାରି କରିଥିବା ରିପୋର୍ଟ ହିଁ ଚିନ୍ତାର କାରଣ ହୋଇଛି। ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୧୮,୪୬୧ ଟି ବ୍ୟାଙ୍କ ଠକେଇ ମାମଲା ହୋଇଥିବାବେଳେ ମୋଟ ୨୧,୩୬୭ କୋଟି ଟଙ୍କା ଠକେଇ ହୋଇଛି।

ଅନ୍ୟପକ୍ଷରେ ଗତ ଆର୍ଥିକ ବର୍ଷରେ ୧୪,୪୮୦ ଟି ଠକେଇ ମାମଲା ହୋଇଥିବାବେଳେ ମାତ୍ର ୨,୬୨୩ କୋଟି ଟଙ୍କା ଠକେଇ ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ର ଉପରୋକ୍ତ ତଥ୍ୟକୁ ଅନୁଶୀଳନ କଲେ ଗତ ବର୍ଷ ତୁଳନାରେ ଠକେଇ ମାମଲା ୨୮ ପ୍ରତିଶତ ବୃଦ୍ଧି ହୋଇଛି। ଏଥିସହ ମୋଟ ଠକେଇ ପରିମାଣ ୮ ଗୁଣ ବଢ଼ିଛି। ଆର୍‌ବିଆଇ ନିକଟରେ ଭାରତରେ ବ୍ୟାଙ୍କିଙ୍ଗର ପ୍ରବୃତ୍ତି ଓ ପ୍ରଗତି ଉପରେ ୨୦୨୩-୨୪ ରିପୋର୍ଟ ଜାରି କରିଛି।

ଯେଉଁଥିରେ ୨୦୨୪ ଏବଂ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ବାଣିଜ୍ୟିକ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ସମେତ ବ୍ୟାଙ୍କିଙ୍ଗ କ୍ଷେତ୍ରର ପ୍ରଦର୍ଶନକୁ ଉପସ୍ଥାପନ କରିଛି। ରିପୋର୍ଟରେ ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୧୮,୪୬୧ଟି ଠକେଇ ମାମଲା ହୋଇଥିବାବେଳେ ଏଥିରେ ମୋଟ ୨୧,୩୬୭ କୋଟି ଠକେଇ ହୋଇଥିଲା।

RBI
ଗତବର୍ଷ ସମାନ ଅବଧିରେ ୧୪,୪୮୦ ଟି ଠକେଇ ମାମଲା ହୋଇଥିବାବେଳେ ମାତ୍ର ୨,୬୨୩ କୋଟି ଟଙ୍କା ଠକେଇ ହୋଇଥିଲା। ଅର୍ଥାତ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୮,୭୪୪ କୋଟି ଟଙ୍କାର ଅଧିକ ଠକେଇ ହୋଇଛି। ମାମଲାରେ ୨୮ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଠକେଇ ପରିମାଣ ପ୍ରାୟ ୮ ଗୁଣ ବୃଦ୍ଧି ପାଇଥିବା ରିପୋର୍ଟ କହୁଛି। ଏଭଳି ଠକେଇ ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବା ସହ ଗ୍ରାହକଙ୍କ ବିଶ୍ବାସ କମାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+