Ola exited Google Maps: ଗୁଗୁଲ ମ୍ୟାପ୍କୁ ବାଏ ବାଏ କହିଲା ଓଲା, ବୁକିଙ୍ଗରେ କେମିତି ଦେଖିବେ ମ୍ୟାପ୍
Ola exited Google Map, ଗୁଗୁଲ ମ୍ୟାପ୍କୁ ବାଏ ବାଏ କହିଲା ଓଲା : ଗୁଗୁଲ ମ୍ୟାପ୍ ଏଣିକି ଆଉ ଓଲାକୁ ବାଟ ଦେଖାଇବନି । ଅନଲାଇନ କ୍ୟାବ ଯୋଗାଣକାରୀ ସଂସ୍ଥା ଓଲା କ୍ୟାବସ ନିଜ ବ୍ୟବସାୟରେ ଗୁଗୁଲ ମ୍ୟାପ ବ୍ୟବହାର ବନ୍ଦ କରିଛି । ଏନେଇ ଓଲା ସିଇଓ ଭାବିସ ଅଗ୍ରଓ୍ବାଲ ଘୋଷଣା କରିଛନ୍ତି । କମ୍ପାନୀ ଏବେ ଗୁଗୁଲ ମ୍ୟାପ୍ସ ପରିବର୍ତ୍ତେ ନିଜସ୍ୱ ଓଲା ମ୍ୟାପ ବ୍ୟବହାର କରିବ ।
ବାର୍ଷିକ ଗୁଗୁଲ ମାପ୍ସ ଯୋଗୁଁ ଓଲା ୧୦୦ କୋଟି ଖର୍ଚ୍ଚ କରୁଥିବା ବେଳେ ଏବେ ବର୍ଷକୁ ୧୦୦ କୋଟି ଟଙ୍କାର ଲାଭ ହେବାକୁ ଯାଉଛି । ତେବେ ଏହାପୂର୍ବରୁ ଓଲା ମାଇକ୍ରୋସପ୍ଟର ଆଜ୍ୟୁର ପ୍ଲାଟଫର୍ମ ବ୍ୟବହାରକୁ ମଧ୍ୟ ବନ୍ଦ କରିଥିଲା ।

ଓଲା ସହ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଭାବିଶ ଅଗ୍ରଓ୍ୱାଲ ଟ୍ୱିଟ କରିଛନ୍ତି ଲେଖିଛନ୍ତି, " ଗତ ମାସରେ ଆଜ୍ୟୁର ବନ୍ଦ କରିବା ପରେ ଏବେ ଆମେ ଗୁଗୁଲ ମ୍ୟାପ୍ସର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛୁ । ଚଳିତ ମାସ ଠାରୁ ଆମ ନିଜସ୍ୱ ଆପ ଓଲା ବ୍ୟବହାର କରିବା ପରେ ଏକ୍ଷେତ୍ରରେ ଆଉ କୌଣସି ଖର୍ଚ୍ଚ ଦେବାକୁ ପଡିବନି ।
ଗୁଗୁଲ ମ୍ୟାପ୍ସ ଉପରେ ଆମେ ବାର୍ଷିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲୁ । କିଛି ଅପଡେଟ ପାଇବାର ଆବଶ୍ୟକତା ଥିଲେ ଓଲା ଆପର ଯାଞ୍ଚ କରନ୍ତୁ ।"
ଦେଶରେ ଅନଲାଇନ କ୍ୟାବ୍ ଯୋଗାଣକାରୀ ସଂସ୍ଥା ମଧ୍ୟରେ ଓଲା ବେଶ ଲୋକପ୍ରିୟ । ଓଲା ବାଇକ, କାର, ଅଟୋରେ ଗମନାଗମନ ସୁବିଧା ଯୋଗାଇଥାଏ । ତେବେ ସାଧାରଣ ଲୋକେ ଗୁଗୁଲ ମ୍ୟାପ୍ସକୁ ମାଗଣାରେ ବ୍ୟବହାର କରିପାରିବେ କିନ୍ତୁ ଓଲା ଭଳି କମ୍ପାନୀମାନେ ଗୁଗୁଲ ମ୍ୟାପ୍ସର ଆପ୍ଲିକେସନ ପ୍ରୋଗ୍ରାମିଙ୍ଗ ଇଣ୍ଟରଫେସ (API)ର ବ୍ୟବହାର କରିଥାନ୍ତି । ଯେଉଁଥିପାଇଁ ସେମାନଙ୍କୁ ଟଙ୍କା ଦେବାକୁ ପଡିଥାଏ ।
ତେବେ ବର୍ତ୍ତମାନ ଓଲା ନିଜର ମ୍ୟାପ ଆପ୍ସ ବ୍ୟବହାର କରିବାକୁ ନିଷ୍ପତି ନେଇଛି । କିନ୍ତୁ ଏହା ଗ୍ରାହକଙ୍କୁ କେତେ ଭରସା ଯୋଗାଇବ ତାହା ଆଗକୁ ଜଣାପଡିବ ।












Click it and Unblock the Notifications