ବଦଳିଲା ରଣନୀତି, ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ!

ନୂଆଦିଲ୍ଲୀ : ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ନୂଆ ପ୍ରଶାସନର ଅଧିକ ତେଲ ଓ ଗ୍ୟାସ୍ ଉତ୍ପାଦନ ପାଇଁ ଯୋଜନାରେ ଭାରତକୁ ଅଧିକ ଆମେରିକୀୟ ଇନ୍ଧନ ଆସିବାର ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ଭାରତ ରଣନୈତିକ ରୂପେ ଋଷିଆରୁ ଅଧିକ ତୈଳ ଆମଦାନୀ କରୁଥିଲା।

କାରଣ ଭାରତକୁ ଋଷିଆ ଡିସ୍କାଉଣ୍ଟ ଦରରେ ଅଶୋଧିତ ତୈଳ ଉପଲବ୍ଧ କରୁଥିଲା, ଯାହା ୟୁକ୍ରେନ ଯୁଦ୍ଧ ପରଠାରୁ ଜାରି ଥିଲା। ପେଟ୍ରୋଲିୟମ ମନ୍ତ୍ରୀ ବାହନ ଉଦ୍ୟୋଗ ସଙ୍ଗଠନ 'ସିୟାମ'ର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତକୁ ତୈଳ ଯୋଗାଣକାରୀ ଦେଶଙ୍କ ସଂଖ୍ୟା ୨୭ରୁ ବଢି ଏବେ ୩୯ ହୋଇଯାଇଛି। ଯଦି ଏହାଠୁ ଅଧିକ ତୈଳ ମିଳେ ଭାରତ ଏହାକୁ ସ୍ୱାଗତ କରିବ। ତୈଳ ଉତଖନନ ଓ ଗ୍ୟାସ୍ ଉତ୍ପାଦନ ବଢାଇବା ଦିଗରେ ଟ୍ରମ୍ପ ପ୍ରଶାସନର ପଦକ୍ଷେପ ସମ୍ପର୍କରେ ପଚରାଯିବାରୁ ପୁରୀ କହିଛନ୍ତି ଯେ ଆପଣ ଯଦି ପଚାରୁଛନ୍ତି ବଜାରକୁ ଅଧିକ ଆମେରିକୀୟ ଇନ୍ଧନ ଆସିବ କି? ତେବେ ମୋର ଉତ୍ତର ହଁ ବୋଲି କହିଛନ୍ତି।

ପୁରୀ ଏହା ମଧ୍ୟ କହିଛନ୍ତି ଯେ ଆମ ସରକାର ନୂଆ ଆମେରିକୀୟ ପ୍ରଶାସନର ଘୋଷଣାଗୁଡିକ ଉପରେ ବହୁତ ସାବଧାନତାର ସହ ନଜର ରଖିଛି। ଟ୍ରମ୍ପ ପ୍ରଶାସନ ଦ୍ୱାରା ନିଆଯାଇଥିବା କିଛି ନିଷ୍ପତ୍ତି ପ୍ରତ୍ୟାସିତ ଥିଲା, ତେବେ ଏହା ଉପରେ ପ୍ରତିକ୍ରିୟା ଦେବା ପୂର୍ବରୁ ଅପେକ୍ଷା କରିବାର ଆବଶ୍ୟକତା ରହିଛି।

petrol

ତେବେ ପୁରୀ ୨୦୧୫ ପ୍ୟାରିସ୍ ଜଳବାୟୁ ବୁଝାମଣାରୁ ଓହରି ଯିବା ପାଇଁ ଆମେରିକା ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରୀ ଆମେରିକା, ବ୍ରାଜିଲ, ଗୁଏନା, ସୁରିନାମ ଓ କାନାଡାରୁ ଅଧିକ ତୈଳ ଆମଦାନୀର ଉଲ୍ଲେଖ କରି ଭବିଷ୍ୟତରେ ଭାରତରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହେବାର ସଂକେତ ଦେଇଛନ୍ତି।

ତେବେ ସେ ବାହନ ନିର୍ମାତାମାନଙ୍କୁ ଭାରତୀୟ ବଜାରରେ ଅଧିକ ଏଥନଲ ମିଶ୍ରଣ ଥିବା ଫ୍ଲେକ୍ସ ଇନ୍ଧନ ବାହାନମାନଙ୍କର ଉପଲବ୍ଧତା ବଢାଇବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବିଦେଶରୁ ଅଧିକ ଅଶୋଧିତ ତୈଳ ଆସିଲେ ଓ ଏଥନଲର ଅଧିକ ବ୍ୟବହାର ହେଲେ ଘରୋଇ ବଜାରରେ ଇନ୍ଧନ ଶସ୍ତା ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+