୫ ମାସରେ ଖଣିରୁ ଆୟ ୧୭,୧୩୨ କୋଟି
ଖଣିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ଧରି ଭଲ ମୋଟା ଅଙ୍କର ରାଜସ୍ବ ପାଇ ଆସୁଛନ୍ତି। ଚଳିତ ଆର୍ଥିକବର୍ଷର ୫ ମାସରେ ଅର୍ଥାତ୍ ଅଗଷ୍ଟ ୩୧ ସୁଦ୍ଧା ୧୭,୧୩୨.୬୮ କୋଟି ଟଙ୍କାର ଖଣି ରାଜସ୍ବ ଆଦାୟ ହୋଇଛି। ବର୍ଷ ଶେଷ ସୁଦ୍ଧା ଏହି ରାଜସ୍ବ ଆନୁମାନିକ ୪୨ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।

୨୦୨୪-୨୫ ଆର୍ଥିକବର୍ଷରେ ଯେତିକି ଖଣି ରାଜସ୍ବ ଆଦାୟ ହୋଇଛି ତାହା ୨୦୨୧-୨୨ ତୁଳନାରେ ୧୫.୬୩ ପ୍ରତିଶତ କମିଛି, ୨୦୨୨-୨୩ ତୁଳନାରେ ୧୦.୪୮ ପ୍ରତିଶତ ବଢ଼ିଛି ଏବଂ ୨୦୨୩-୨୪ ତୁଳନାରେ ୯.୩୩ ପ୍ରତିଶତ କମିଛି। ଚଳିତ ଆର୍ଥିକବର୍ଷ ପାଇଁ ମୋଟ ଖଣି ରାଜସ୍ବ ୪୨ ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରିଥିବାରୁ ଅଗଷ୍ଟ ସୁଦ୍ଧା ପ୍ରାୟ ୪୦ ପ୍ରତିଶତ ଆଦାୟ ହୋଇଛି। ତେଣୁ ସରକାରଙ୍କୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆଉ ୬୦ ପ୍ରତିଶତ ରାଜସ୍ବ ଆଦାୟ କରିବାକୁ ପଡ଼ିବ।












Click it and Unblock the Notifications