• search
For Quick Alerts
Turn On Notification  
For Daily Alerts

ଆସନ୍ତାକାଲିଠୁ ରାଜ୍ୟ ବଜେଟ ଅଧିବେଶନ 2021, ଏଥର ରହିବ ପ୍ରଶ୍ନକାଳ

|

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବଜେଟ ଅଧିବେଶନ 2021। ଏହା ପୂର୍ବରୁ ଆଜି ବସିଥିଲା ସର୍ବଦଳୀୟ ବୈଠକ । ତେବେ ଏଥର ରହିବ ପ୍ରଶ୍ନକାଳ ଓ ତାରକା ପ୍ରଶ୍ନ । ଏନେଇ ସର୍ବଦଳୀୟ ବୈଠକରେ ଚୁଡାନ୍ତ ହୋଇଛି ।

ତେବେ ପୂର୍ବ ପରି ଗୃହ କାର୍ଯ୍ୟ ଦୈନିକ ସାଢେ ୪ଘଣ୍ଟା ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ଼ ଘଣ୍ଟା ଚାଲିବା । ପୂର୍ବ ଅଧିବେଶନ ଭଳି ଏଥର ବି ସକାଳ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ତେବେ ଅପରାହ୍ନ ଅଧିବେଶନ ୩ଟା ପରିବର୍ତ୍ତେ ୪ଟାରୁ ହେବ ।

Odisha Budget

ଆଜି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ମୁଲତବି ଆଲୋଚନା ଅବଧି ଦେଢ଼ ଘଣ୍ଟା ରହିବାକୁ ନିଷ୍ପତ୍ତି ହୋଇଛି । ଗୃହ ସୁରୁଖୁରୁରେ ଚାଲିବା ନେଇ ଆଜି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।

କୋଭିଡ୍ କଟକଣା ଭିତରେ ବିଧାନସଭାର ବଜେଟ ଅଧିବେଶନ ବସୁଥିବାରୁ କେମିତି ହେବ ବ୍ୟବସ୍ଥା ସେନେଇ ବୈଠକରେ ଆଲୋଚନା ହୋଇଛି । ସେପଟେ ୩ ପ୍ରମୁଖ ଦଳ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି । ସରକାରୀଙ୍କୁ ଘେରିବାକୁ ବିରୋଧି ଯୋଜନା କରିଥିବା ବେଳେ ଶାସକ ଦଳ ଏନେଇ ଆଜି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ ।

ସେପେଟ ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ୍‌ ଡିଜି ଅଭୟ । ଗତ ଅଧିବେଶନ ତୁଳନାରେ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ। ତ୍ରିସ୍ଥରୀୟ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯିବ । ଜଗିବେ ୩୦ ପ୍ଲାଟୁନ ଫୋର୍ସ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Budget Session 2021 22 will Start from Tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X