ଆଜି ଉପସ୍ଥାପନା ହେବ ରାଜ୍ୟ ବଜେଟ, କେଉଁ କ୍ଷେତ୍ରରେ କେତେ ବ୍ୟୟବରାଦ ?

ଆଜି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ଆର୍ଥିକ ବର୍ଷ 2021-22 ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ।

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ଆର୍ଥିକ ବର୍ଷ 2021-22 ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ଚଳିତ ବଜେଟ୍ ଉପସ୍ଥାପନ ସମ୍ପୂର୍ଣ୍ଣ ପେରରଲେସ୍ ହେବାକୁ ଯାଉଛି ।

ଏଥର ବଜେଟ୍‌ ଲୋକାଭିମୁଖୀ ହେବାର ଆଶା ଅଛି । କୃଷିକୁ ଗୁରୁତ୍ୱ ଦିଆଗଲେ ଚାଷୀ ଲାଭ ପାଇବେ । କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲାଗି ଅଧିକ ଅର୍ଥ ବରାଦ ହୋଇପାରେ । ଶିକ୍ଷା, ଶିଳ୍ପ, ନିଯୁକ୍ତି ଓ ଭିତ୍ତିଭୂମି ବିକାଶକୁ ଫୋକସ୍‌ କରାଯିବାର ସମ୍ଭାବନା ଅଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପେଡ଼ିରେ ଐତିହ୍ୟ କରିଡରକୁ ଗୁରୁତ୍ୱ ଦିଆଯିବା ପ୍ରାୟ ନିଶ୍ଚିତ ।

Odisha Budget 2021 22

କୃଷି, ଶିଳ୍ପ ଓ ସେବା କ୍ଷେତ୍ର ସବୁଆଡ଼େ କ୍ଷତି ହୋଇଛି ବୋଲି ୨୦୨୦-୨୧ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଇଯାଇଛି। ଏପଟେ ମୁଣ୍ଡପିଛା ଆୟ କମିଥିବା ବେଳେ, ସେପଟେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଚିନ୍ତା ବଢ଼ାଇଛି ଶହେ ମୁହାଁ ହୋଇଥିବା ପେଟ୍ରୋଲ ଓ ଡିଜେଲ୍ ଦର। ଏପରି ସ୍ଥିତିରେ ସରକାର କେଉଁ ପଦକ୍ଷେପ ନେବେ ? କେଉଁ କ୍ଷେତ୍ରକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବେ ? ତା ଉପରେ ନଜର।

ସୂଚନାଥାଉ କି, ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବିଧାନସଭା ବଜେଟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରୀ 18ରୁ 27 ମଧ୍ୟରେ ଅଧିବେଶନ ହେବାକୁ ଥିବା ବେଳେ ମାର୍ଚ୍ଚ 12ରୁ ଏପ୍ରିଲ 9 ଯାଏଁ ଦ୍ଵିତୀୟ ପର୍ଯ୍ୟାୟରେ ଅଧିବେଶନ ହେବ। ମାର୍ଚ୍ଚ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ । ମାର୍ଚ୍ଚ ୩୧ରେ ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ମୋଟ ବ୍ୟୟ ମଞ୍ଜୁର ବିଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+