For Quick Alerts
Turn On Notification  
For Daily Alerts
Oneindia App Download

Odisha Budget 2021: ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟିର ବଜେଟ୍

କୋଭିଡ ମହାମାରୀ ପାଇଁ ବନ୍ଦ ରହିଥିବା ଶିକ୍ଷା କ୍ଷେତ୍ର ପାଇଁ ଉସ୍ଥାପିତ ହୋଇଛି ୨୪, ୩୭୦ କୋଟିର ବଜେଟ୍ । ଯେଉଁଥିରେ ମୋ ସ୍କୁଲ ପାଇଁ 203 କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ ହୋଇଛି ।

|

ଭୁବନେଶ୍ବର: ଉପସ୍ଥାପିତ ହୋଇଛି ରାଜ୍ୟ ବଜେଟ 2021 । ବିଧାନସଭାରେ ଚଳିତ 2021-22 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ କୋଭିଡ ମହାମାରୀ ପାଇଁ ବନ୍ଦ ରହିଥିବା ଶିକ୍ଷା କ୍ଷେତ୍ର ପାଇଁ ଉସ୍ଥାପିତ ହୋଇଛି ୨୪, ୩୭୦ କୋଟିର ବଜେଟ୍ । ଯେଉଁଥିରେ ମୋ ସ୍କୁଲ ପାଇଁ 203 କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ ହୋଇଛି ।

Odisha budget 2021

ସେହିପରି ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ ହୋଇଛି । ଅନ୍ୟପଟେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି DBT ମାଧ୍ୟମରେ କ୍ରେଡିଟ ହେବାକୁ ଥିବା ଥିବା ସମସ୍ତ ଛାତ୍ରବୃତ୍ତି ପାଇଁ 1,002 କୋଟିର ବଜେଟ ଧାର୍ଯ୍ୟ ହୋଇଛି ।

ଅନ୍ୟପଟେ ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ ରାଷ୍ଟ୍ରୀୟ ଉଚ୍ଚତାର ଶିକ୍ଷା ଅଭିଯାନ ପାଇଁ 212 କୋଟିର ବଜେଟ ବ୍ୟୟ ବରାଦ ହୋଇଛି । ବୈଷୟିକ ବିଶ୍ବବିଦ୍ୟାଳୟ, ଯାନ୍ତ୍ରିକ ମହାବିଦ୍ୟାଳୟ, ଯାନ୍ତ୍ରିକ ବିଦ୍ୟାଳୟ ଏବଂ ଆଇଆଇଟି କଲେଜ ଗୁଡିକରେ ଭିତ୍ତିଭୂମି ବିକାଶ ପାଇଁ 151 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Budget 2021: A total budget of Rs 27,380 crore for education
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X