For Quick Alerts
Turn On Notification  
For Daily Alerts
Oneindia App Download

Odisha Budget 2021: ଏସସିବିକୁ ଏମ୍ସ ପ୍ଲସ୍ ପାଇଁ ୩୫ ଶହ କୋଟି, 1 ଲକ୍ଷ 25 ହଜାର କୋଟି ଟ୍ୟାକ୍ସ ଆଦାୟ ଲକ୍ଷ୍ୟ

୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। ଯାହା ମଧ୍ୟରୁ ମୋଟ ୧ ଲକ୍ଷ ୨୫ ହଜାର ୬୦୦ କୋଟି ଟଙ୍କା ଟିକସ ଏବଂ ଅନୁଦାନରୁ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

|

ଭୁବନେଶ୍ୱର: ବିଧାନସଭାରେ ଆର୍ଥିକ ବର୍ଷ 2021-22 ପାଇଁ ଉପସ୍ଥାପନ ହୋଇଛି ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବଜେଟ୍ ଉପସ୍ଥାପନ କରୁଛନ୍ତି । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି।ଯାହା ମଧ୍ୟରୁ ମୋଟ ୧ ଲକ୍ଷ ୨୫ ହଜାର ୬୦୦ କୋଟି ଟଙ୍କା ଟିକସ ଏବଂ ଅନୁଦାନରୁ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ସେହିଭଳି ଋଣରୁ ପ୍ରାୟ ୪୪ ହଜାର କୋଟି ଟଙ୍କା ପ୍ରାପ୍ତ ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ନେଟ୍‌ ଋଣ ପରିମାଣ ୧୮ ହଜାର ୪୬୫ କୋଟି ଟଙ୍କା ରହିବ ବୋଲି ଘୋଷଣା କରିଛନ୍ତିୁ ଅର୍ଥମନ୍ତ୍ରୀ ।

 Odisha Budget 2021

ଏହା ସହିତ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । କଟକ ଏସ୍‌ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ସ୍ବତନ୍ତ୍ରି ଯୋଜନା ପ୍ରସ୍ତୁତ କରାଯାଇଛି । ଏସ୍‌ସିବିକୁ ଏମ୍ସ ପ୍ଲସ୍‌ କରିବା ପାଇଁ ମୋଟ ୩ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ଏସ୍‌ସିବି ପାଇଁ ୫ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର ।

କରୋନା ମହାମାରୀ ସତ୍ବେ ଚଳିତ ବର୍ଷ ରାଜ୍ୟର ରାଜସ୍ବ ଆୟ ୧୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରିଛନ୍ତି ରାଜ୍ୟ ସରକାର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Budget 2021: 3500 crore to SCB for AIIMS Plus
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X