Get Updates
Get notified of breaking news, exclusive insights, and must-see stories!

odisha budget 2021-22: କେନ୍ଦ୍ର ପରି ପେପରଲେସ ହେବ ରାଜ୍ୟ ବଜେଟ, ଫେରିଲା ପ୍ରଶ୍ନକାଳ

ଚଳିତ ବର୍ଷ ପେପରଲେସ ବଜେଟ ଆଗତ ହେବ । କେନ୍ଦ୍ର ବଜେଟ ପରି ରାଜ୍ୟ ବଜେଟ ମଧ୍ୟ ଡିଜିଟାଲ ମାଧ୍ୟମରେ ଉପସ୍ଥାପିତ ହେବ । ସେପଟେ ପୂର୍ବ ପରି ପୁଣଥିରେ ବିଧାନସଭାକୁ ଫେରିଲା ପ୍ରଶ୍ନକାଳ ।

ଭୁବନେଶ୍ୱର: ଆସନ୍ତା ୧୮ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବଜେଟ 2021-22 ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ବିଭିନ୍ନ ଦିଗକୁ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ବର୍ଷ ପେପରଲେସ ବଜେଟ ଆଗତ ହେବ । କେନ୍ଦ୍ର ବଜେଟ ପରି ରାଜ୍ୟ ବଜେଟ ମଧ୍ୟ ଡିଜିଟାଲ ମାଧ୍ୟମରେ ଉପସ୍ଥାପିତ ହେବ । ସେପଟେ ପୂର୍ବ ପରି ପୁଣଥିରେ ବିଧାନସଭାକୁ ଫେରିଲା ପ୍ରଶ୍ନକାଳ । ପୁଣି ବିରୋଧିଙ୍କ ହୋ ହାଲ୍ଲାରେ କମ୍ପିବ ଗୃହ ।

odisha budget 2021-22

ଫେବୃୟାରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ । ୩୧ ଦିନିଆ କାର୍ଯ୍ୟଦିବସ ରହିଛି। ୨୨ରେ ବଜେଟ ଉପସ୍ଥାପନ, ୨୫ରେ ଆଲୋଚନା। ତେବେ ଫେବୃୟାରୀ 28ରୁ ମାର୍ଚ୍ଚ 11 ତାରିଖ ଯାଏ ଗୃହକାର୍ଯ୍ୟ ବନ୍ଦ ରହିବ । ପରେ ମାର୍ଚ୍ଚ 12ରୁ ଏପ୍ରିଲ 9 ତାରିଖ ଯାଏ ଚାଲିବ 2ୟ ପର୍ଯ୍ୟାୟ ଅଧିବେସନ ।

odisha budget 2021-22

ତେବେ ପୂର୍ବ ଢାଞ୍ଚାରେ ଚାଲିବ ବିଧାନସଭା । କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଲକ୍ଷଣ ଥିଲେ ଆଣ୍ଟିଜେନ ଟେଷ୍ଟ କରାଯିବ । ସେପଟେ ବଜେଟ ଅଧିବେଶନରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯିବା ସହ ପ୍ରତିଦିନ ବିଧାନସଭାକୁ ସାନିଟାଇଜ କରାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେହିପରି ଯେଉଁ ବିଧାୟକ କିମ୍ବା ମନ୍ତ୍ରୀ ଚାହିଁବେ ଭିଡ଼ିଓ କନଫରେନ୍ସିଂରେ ନିଜ ଅଫିସରୁ ଉପସ୍ଥିତ ରହିପାରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+