For Quick Alerts
Turn On Notification  
For Daily Alerts
Oneindia App Download

Odisha Budget 2021-22: କେନ୍ଦ୍ର ପରେ ରାଜ୍ୟ, ଫେବ୍ରୁୟାରୀ 18ରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ

ଆସନ୍ତା ଫେବ୍ରୁଆରୀ 18ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବଜେଟ 2021-22 ଅଧିବେଶନ । ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ ।

|

ଭୁବନେଶ୍ଵର: ଆଜି ବହୁ ପ୍ରତୀକ୍ଷିତ କେନ୍ଦ୍ର ବଜେଟ ଉପସ୍ଥାପତି ହୋଇଥିବା ବେଳେ ଆସନ୍ତା ଫେବ୍ରୁଆରୀ 18ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବଜେଟ 2021-22 ଅଧିବେଶନ । ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ । ୨୨ ତାରିଖରେ ଗୃହରେ ଉପସ୍ଥାପନା 2021-22ର ଆର୍ଥିକ ବର୍ଷର ରାଜ୍ୟ ବଜେଟ ।

Odisha Budget 2021-22

ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବିଧାନସଭା ବଜେଟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟରେ ଫେବ୍ରୁଆରୀ 18ରୁ 27 ମଧ୍ୟରେ ଅଧିବେଶନ ହେବାକୁ ଥିବା ବେଳେ ମାର୍ଚ୍ଚ 12ରୁ ଏପ୍ରିଲ 9 ଯାଏଁ ଦ୍ଵିତୀୟ ପର୍ଯ୍ୟାୟରେ ଅଧିବେଶନ ହେବ। ମାର୍ଚ୍ଚ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅଧିବେଶନ । ମାର୍ଚ୍ଚ ୩୧ରେ ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ମୋଟ ବ୍ୟୟ ମଞ୍ଜୁର ବିଲ ।

ସୂଚନାଯୋଗ୍ୟ ଯେ, ଆଜି କେନ୍ଦ୍ର ବଜେଟ 2021-22 ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ସଂସଦରେ ପେପେର ଲେସ ବଜେଟ ଉପସ୍ଥାପିତ କରିଛନ୍ତି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Budget 2021-22 Session Begins From February 18
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X