ବିଧାନସଭା ବଜେଟ୍ ଅଧବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ
ବିଧାନସଭା ବଜେଟ୍ ଅଧବେଶନ ପୂର୍ବରୁ ଜାରି ହୋଇଛି ଗାଇଡଲାଇନ । ବଜେଟ୍ ଅଧବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ ।
ଭୁବନେଶ୍ୱର: ଆସନ୍ତା ଫେବୃୟାରୀ 18ରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବଜେଟ ଅଧିବେସନ 2021-22 । ତେବେ ବିଧାନସଭା ବଜେଟ୍ ଅଧବେଶନ ପୂର୍ବରୁ ଜାରି ହୋଇଛି ଗାଇଡଲାଇନ । ବଜେଟ୍ ଅଧବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ ।

ସମସ୍ତ ମନ୍ତ୍ରୀ, ବିଧାୟକ ତଥା ସେମାନଙ୍କର ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ ହେବ ଆରଟି-ପିସିଆର ଟେଷ୍ଟ । ଆସନ୍ତା ୧୫ରୁ ୧୭ ତାରିଖ ଭିତରେ ବିଧାନସଭା ପରିସର ଭିତରେ ଏହି ଟେଷ୍ଟ ହେବ ବୋଲି ସୂଚନା ରହିଛି । ତେବେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ ବୋଲି ପୂର୍ବରୁ କୁହାଯାଇଥିଲା ।

ଫେବୃୟାରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ । ୩୧ ଦିନିଆ କାର୍ଯ୍ୟଦିବସ ରହିଛି। ୨୨ରେ ବଜେଟ ଉପସ୍ଥାପନ, ୨୫ରେ ଆଲୋଚନା। ତେବେ ଫେବୃୟାରୀ 28ରୁ ମାର୍ଚ୍ଚ 11 ତାରିଖ ଯାଏ ଗୃହକାର୍ଯ୍ୟ ବନ୍ଦ ରହିବ । ପରେ ମାର୍ଚ୍ଚ 12ରୁ ଏପ୍ରିଲ 9 ତାରିଖ ଯାଏ ଚାଲିବ 2ୟ ପର୍ଯ୍ୟାୟ ଅଧିବେସନ ।












Click it and Unblock the Notifications