Get Updates
Get notified of breaking news, exclusive insights, and must-see stories!

Odisha Budget 2021: କୃଷି ବଜେଟ 20 ହଜାର କୋଟି, କାଳିଆ ଯୋଜନା ପାଇଁ ୧୮୦୦ କୋଟି

କୃଷି ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ବଜେଟ୍‌ରେ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଭୁବନେଶ୍ୱର: ବିଧାନସଭାରେ ଆର୍ଥିକ ବର୍ଷ 2021-22 ପାଇଁ ଉପସ୍ଥାପ ହେଉଛି ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ରାଜ୍ୟ ସରକାରଙ୍କ ବଜେଟ୍ ଉପସ୍ଥାପନ କରୁଛନ୍ତି । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି।

ବଜେଟ୍‌ରେ ରାଜ୍ୟ ସରକାର ସ୍ଵତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି। କୃଷି ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ବଜେଟ୍‌ରେ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

Odisha Budget 2021 22

ତେବେ ବିହନ ପାଇଁ 100 ଓ ସାର ପାଇଁ 100 କୋଟି ଅତିରିକ୍ତ ପାଣ୍ଠିର ବ୍ୟବସ୍ଥା ହୋଇଛି। ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ଟଙ୍କାର ବ୍ୟୟବରାଦ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟିର ବ୍ୟୟବରାଦ ହୋଇଛି। କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ।

ଜଳସେଚନ ପାଇଁ ମୋଟ୍ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ୍ ୭୧୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ପାର୍ବତୀ ଗିରି ଜଳସେଚନ ପାଇଁ ୮୬୦ କୋଟି ବ୍ୟୟବରାଦ। ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ଅଟକଳ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+