ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ: ଜାଣନ୍ତୁ, କେଉଁ ବିଭାଗକୁ କେତେ?
ବିଧାନସଭରେ ଉପସ୍ଥାପିତ ହେଲା ୨୦୨୧-୨୨ବର୍ଷ ପାଇଁ ଅତିରିକ୍ତ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ ବଜେଟ କରିଛନ୍ତି। ଚଳିତ ଅତିରିକ୍ତ ବଜେଟରେ ୧୯ହଜାର ୮୩୩ କୋଟିର ପାଣ୍ଠି ବରାଦ ହୋଇଛି ।
ଭୁବନେଶ୍ୱର: ବିଧାନସଭରେ ଉପସ୍ଥାପିତ ହେଲା ୨୦୨୧-୨୨ବର୍ଷ ପାଇଁ ଅତିରିକ୍ତ ବଜେଟ୍ । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ ବଜେଟ କରିଛନ୍ତି। ଚଳିତ ଅତିରିକ୍ତ ବଜେଟରେ ୧୯ହଜାର ୮୩୩ କୋଟିର ପାଣ୍ଠି ବରାଦ ହୋଇଛି ।

ତେବେ ଏଥରର ବଜେଟ ୫ଟି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ପ୍ରଶାସନିକ ବ୍ୟୟ ବାବଦକୁ ଅତିରିକ୍ତ ୪୫୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ରାସ୍ତା ଓ ସେତୁର ମରାମତି ଓ ରକ୍ଷାଣବେକ୍ଷଣ ପାଇଁ ୨୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ଏହାସହ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ୮.୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ସେହିପରି ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ସରକାର ବଜେଟରେ ୧୬୮୨ କୋଟି ବରାଦ କରିଛନ୍ତି । ସେହିଭଳି କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳ ସେଚନ ପାଇଁ ୨୧୪୭ କୋଟି ବରାଦ କରିଛନ୍ତି । ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମକୁ ସରକାର ଅଗ୍ରାଧିକାର ଦେଇ ୫୮୪.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । କୋଭିଡକୁ ଆଖି ଆଗରେ ରଖି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜନସ୍ୱାସ୍ଥ୍ୟ ପାଇଁ ଭଣ୍ଡାର ଖୋଲିଛନ୍ତି । କାଳିଆ ପାଇଁ ଅତିରିକ୍ତ ୨୭.୮୫ କୋଟି, କରୋନା ସହାୟତା ଓ ବିପିଏଲ ପରିବାରକୁ ଚାଉଳ ଯୋଗାଣ ନିମନ୍ତେ ୧୧୦୫ କୋଟି, କୃଷକ ମାନଙ୍କୁ ଋଣରେ ରିହାତି ପାଇଁ ୨୮୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଛି । ଏହାବାବ୍ ସାମାଜିକ ନିରାପତ୍ତା ପାଇଁ ୫୮୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ସବୁଠୁ ବଡ କଥା ହେଲା ଅତିରିକ୍ତ ବଜେଟରେ ସ୍ୱାସ୍ଥ୍ୟ ବିଭାଗକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଯେଉଁଥିପାଇଁ ମୋଟ ୨୦୩୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି । ଯେଉଁଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୪୯୮ କୋଟି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏବେ ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବା ବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ମହିଳା ଓ ଶିଶୁ ମାନଙ୍କର ସଶକ୍ତିକରଣ ପାଇଁ ୨୫୩ କୋଟି ଟଙ୍କାର ଅତିରିକ୍ତ ବଜେଟ ବ୍ୟୟବରାଦ କରାଯାଇଛି ।
ଆଦିବାସୀ ବିକାଶ ପାଇଁ ୧୭୪.୫୧ କୋଟି, ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶରେ ୧୩ଶହ ୧୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖି ପାଣ୍ଠି ବରାଦ କରିଛନ୍ତି । ସେହିପରି କୃଷକ କଲ୍ୟାଣକୁ ମଧ୍ୟ ଫୋକସ କରି ୨୧ ଶହ ୪୭ କୋଟି ବରାଦ କରାୟାଇଛି ।
ଖାସକରି ମୋ ସ୍କୁଲ ଅଭିଯାନ ପାଇଁ ୮୮୭ କୋଟି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଅତିରିକ୍ତ ୬୪.୫୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ପାଇଁ ୩୯୧୧.୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଶକ୍ତି, ସୂଚନା ଓ ପ୍ରଯୁକ୍ତି, ଅନୁସନ୍ଧାନ ଓ ବିକାଶ କ୍ଷେତ୍ର ଗୁଡିକ ପାଇଁ ମୋଟ ୨୫୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ୧୧୪.୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
-
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର, ଏଣିକି ପିଏନ୍ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍ପିଜି -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ବିବାହ ବନ୍ଧନରେ ବାନ୍ଧିହେଲେ କୁଲଦୀପ-ବଂଶୀକା












Click it and Unblock the Notifications