Get Updates
Get notified of breaking news, exclusive insights, and must-see stories!

ଦେଶର ମୋଟ୍ ଗ୍ୟାସ୍ ବଜାରର ୫% ଭାଗ ଓଡ଼ିଶାରେ

ଭୁବନେଶ୍ବର: ଭାରତର ମୋଟ୍ ଗ୍ୟାସ୍ ବଜାର ପ୍ରାୟ ଦୈନିକ ୨୦୦ ନିୟୁତ ମେଟ୍ରିକ୍ ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟର (MMSMD) ରହିଛି। ସେଥିରେ ଓଡ଼ିଶାର ଭାଗ ପ୍ରାୟ ୧୦ ଏମ୍‌ଏମ୍ଏସ୍‌ସିଏମ୍‌ଡି ରହିଛି। ଅର୍ଥାତ ଦେଶର ମୋଟ ଗ୍ୟାସ ବଜାରରେ ଓଡ଼ିଶାର ଭାଗ ୫ ପ୍ରତିଶତ ରହିଛି ବୋଲି ଇଣ୍ଡିଆନ୍ ଗ୍ୟାସ୍ ଏକ୍ସଚେଞ୍ଜ (IGX)ର ମୁଖ୍ୟ ବ୍ୟବସାୟ ଅଧିକାରୀ ଦୀପକ ମେହେଟ୍ଟା କହିଛନ୍ତି। ଧାମରା ଓ ଗୋପାଳପୁର ବନ୍ଦରରେ ଏଲ୍‌ଏନ୍‌ଜି ଟର୍ମିନାଲ୍ ନିର୍ମାଣ ଲାଗି ରହିଥିବା ଯୋଜନା ଦ୍ବାରା ରାଜ୍ୟରେ ଗ୍ୟାସ୍‌ ବ୍ୟବହାର ବଢ଼ିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଓଡ଼ିଶାରେ ଗ୍ୟାସ୍‌ ବ୍ୟବସାୟକୁ ନେଇ ରହିଥିବା ସମ୍ଭାବନା ସମ୍ପର୍କରେ ଶ୍ରୀ ମେହେଟ୍ଟା କହିଛନ୍ତି ଯେ ରାଜ୍ୟରେ ଅନେକ ଶିଳ୍ପ କାରଖାନା ରହିଛି ଯେଉଁମାନେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଛନ୍ତି। ମାତ୍ର ପରିବେଶର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଉଥିବାରୁ ଅନେକ ଅଞ୍ଚଳ ଗ୍ୟାସ ଆଧାରିତ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି।

gas

ଏହ‌ି ସମୟରେ ରାଜ୍ୟର ଯେଉଁମାନେ ଗ୍ୟାସ୍‌ ବ୍ୟବହାର କରିବାକୁ ଚାହୁଛନ୍ତି ସେମାନେ ଗ‌୍ୟାସ୍‌ ଏକ୍ସଚେଞ୍ଜ ଜରିଆରେ ତାହା କିଣିପାରିବେ। ୩୫ଟି ସଂସ୍ଥା ଏକ୍ସଚେଞ୍ଜ ସହ ଯୋଡ଼ିହୋଇରହିଛନ୍ତି। ତେଣୁ ମୁଲଚାଲ ଲାଗି ଗ୍ରାହକଙ୍କୁ ଅଧିକ ବିକଳ୍ପ ମିଳିବ। ଉତ୍ପାଦନକାରୀମାନେ ମଧ୍ୟ ବହୁ ସଂଖ୍ୟାରେ ଗ୍ରାହକ ପାଇପାରିବେ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+