Get Updates
Get notified of breaking news, exclusive insights, and must-see stories!

ଫେବ୍ରୁଆରି ୧ ଶନିବାର ସତ୍ତ୍ୱେ ଖୋଲା ରହିବ ଷ୍ଟକ୍ ବଜାର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରି ୧ ଶନିବାର ଦିନ ପଡ଼ୁଛି। ସାଧାରଣତଃ ସପ୍ତାହର ଶନିବାର ଓ ରବିବାର ଷ୍ଟକ୍ ବଜାର ବନ୍ଦ ରହିଥାଏ। କିନ୍ତୁ ଏଥର ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ତେଣୁ ସେହିଦିନ ଷ୍ଟକ୍ ବଜାର ଖୋଲା ରହିବ ବୋଲି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ପକ୍ଷରୁ ଘୋଷଣା କରାଯାଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ ଏବଂ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି ଉଭୟ ସୂଚକାଙ୍କ ସାଧାରଣ କାରବାର ଦିବସ ଭଳି ଉକ୍ତ ଦିନ ସକାଳ ୯ଟା ୧୫ରୁ ଅପରାହ୍ନ ୩.୩୦ ଯାଏ ଖୋଲା ରହିବ । କମୋଡିଟି ଡେରିଭେଟିଭ୍‌ ସେଗ୍‌ମେଣ୍ଟ ବି ଫେବ୍ରୁଆରୀ ୧ ସକାଳେ କାରବାର ପାଇଁ ଖୋଲା ରହିବ ।

ଭାରତରେ ସାଧାରଣତଃ ଶନିବାର ଏବଂ ରବିବାର ଷ୍ଟକ୍‌ ବଜାର ବନ୍ଦ ରହିଥାଏ । ତେବେ କିଛି ସ୍ୱତନ୍ତ୍ର ଦିନରେ ସ୍ପେସିଆଲ ଟ୍ରେଡିଂ ସେସନ୍‌ର ଆୟୋଜନ କରାଯାଇଥାଏ । ଏହା ପୂର୍ବରୁ ୨୦୨୦ ଫେବ୍ରୁଆରୀ ୧ ବଜେଟ୍‌ ଦିନ ଶନିବାର ପଡ଼ିଥିଲା । ଉକ୍ତ ଦିନ ବଜାର ଖୋଲା ରହିଥିଲା । ସେହିଭଳି ୨୦୧୫ ଫେବ୍ରୁଆରୀ ୨୮ ବଜେଟ୍‌ ଦିନ ବି ଶନିବାର ପଡ଼ିଥିବାରୁ ଉକ୍ତ ଦିନ ବଜାର ଖୋଲାଥିଲା ।

sensex

ମଙ୍ଗଳବାର ଏକ ଅସ୍ଥିର ସେସନ ପରେ ଲାଲ୍ ଚିହ୍ନରେ ବନ୍ଦ ହୋଇଛି, ଯାହା ପ୍ରାରମ୍ଭିକ ଲାଭକୁ କଏମ ରଖିବାରେ ବିଫଳ ରହିଛି । ଅଧିବେଶନ ଶେଷରେ ନିଫ୍ଟି ୫୦ ୨୫.୮୦ ଅଙ୍କ (୦.୧୧ ପ୍ରତିଶତ) ହ୍ରାସ ସହିତ ୨୩,୭୨୭.୬୫ରେ ବନ୍ଦ ହୋଇଛି । ଏହିପରି ସେନସେକ୍ସ ୬୭.୩୦ ଅଙ୍କ (୦.୦୯ ପ୍ରତିଶତ) ହ୍ରାସ ସହିତ ୭୮,୪୭୨.୮୭ରେ ବନ୍ଦ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+