ଆପଲକୁ ଧମକ ଦେଲେ ଟ୍ରମ୍ପ, ଭାରତରେ ନିର୍ମିତ ଆଇଫୋନ ଆମେରିକାରେ ବିକିଲେ ଦେବାକୁ ପଡ଼ିବ ୨୫% ଶୁଳ୍କ

ଆପଲକୁ ଟ୍ରମ୍ପଙ୍କ ଟାରିଫ ଧମକ । ଯଦି ଆମେରିକାରେ ବିକ୍ରି ହେଉଥିବା ଆଇଫୋନ ଆମେରିକାରେ ନିର୍ମିତ ହୋଇନଥାଏ ତେବେ ଆପଲ କମ୍ପାନୀକୁ ୨୫ ପ୍ରତିଶତ ଟାରିଫ ଦେବାକୁ ପଡିବ । ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏ ସମ୍ପର୍କରେ ପୋଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଡୋନାଲ୍ଡ ଟ୍ରମ୍ପ ପୋଷ୍ଟରେ ଲେଖିଛନ୍ତି ଯେ ମୁଁ ବହୁତ ପୂର୍ବରୁ ଟିମ୍ କୁକଙ୍କୁ କହିଥିଲି ଯେ ମୁଁ ଆଶା କରୁଛି ଯେ ଆମେରିକାରେ ବିକ୍ରି ହେଉଥିବା ତାଙ୍କର ଆଇଫୋନ୍ ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ, ବରଂ ଆମେରିକାରେ ହିଁ ନିର୍ମିତ ହେବ। ସେ ଆହୁରି କହିଛନ୍ତି ଯେ ଯଦି ଏହା ହେବ ନାହିଁ, ତେବେ ଆପଲକୁ ଆମେରିକାକୁ ଅତି କମରେ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ।

Trump

ଗତ ୫ ବର୍ଷ ମଧ୍ୟରେ, ଭାରତ ଆପଲର ଆଇଫୋନର ସବୁଠାରୁ ବଡ଼ ଉତ୍ପାଦନ କେନ୍ଦ୍ର ଭାବରେ ଉଭା ହୋଇଛି। ଦେଶରେ କମ୍ପାନୀର ଆସେମ୍ବଲି ଲାଇନଗୁଡ଼ିକ ଗତ ଆର୍ଥିକ ବର୍ଷରେ ୧୨ ମାସରେ ୨୨ ବିଲିୟନ ଡଲାର ମୂଲ୍ୟର ସ୍ମାର୍ଟଫୋନ୍ ଉତ୍ପାଦନ କରିଛି। ଆମେରିକାର ଏହି କମ୍ପାନୀ ଗତ ବର୍ଷ ତୁଳନାରେ ଭାରତରେ 60 ପ୍ରତିଶତ ଅଧିକ ଆଇଫୋନ୍ ଉତ୍ପାଦନ କରିଛି।

ତେବେ କୌଣସି ନିର୍ଦ୍ଦିଷ୍ଟ କମ୍ପାନୀ ବିରୋଧରେ ଆମେରିକା ରାଷ୍ଟ୍ରପତି ଟାରିଫ ଲଗାଇ ପାରିବେ କି ନାହିଁ ସେ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ଟ୍ରମ୍ପଙ୍କ ନୂଆ ଧମକକୁ ନେଇ ଆପଲ ପକ୍ଷରୁ କିଛି କୁହାଯାଇନାହିଁ । ଆପଲ ନିଜ ଆଇଫୋନ ନିର୍ମାଣ ୟୁନିଟ ଚୀନକୁ ଭାରତକୁ ସ୍ଥାନାନ୍ତରିତ କରିବାକୁ ଉଦ୍ୟମ କରୁଥିବା ବେଳେ ଟ୍ରମ୍ପଙ୍କ ଧମକ ଆପଲ ପାଇଁ ଅଡୁଆ ସୃଷ୍ଟି କରିଛି । ପୂର୍ବରୁ ଆପଲ ସିଇଓ ଟିମ କୁକଙ୍କୁ ଭାରତରେ ଉତ୍ପାଦନ ୟୁନିଟ ନଖୋଲିବାକୁ ପରାମର୍ଶ ଦେଇଥିଲେ ଟ୍ରମ୍ପ । ଭାରତରେ ଟିକସ ହାର ସର୍ବାଧିକ ଥିବାରୁ ସେଠାରେ ଉତ୍ପାଦ ବିକ୍ରି କରିବାରେ ସମସ୍ଯା ହେବ ବୋଲି କହିଥିଲେ ଟ୍ରମ୍ପ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+