Get Updates
Get notified of breaking news, exclusive insights, and must-see stories!

ମେହଲି ମିସ୍ତ୍ରୀଙ୍କୁ ଟାଟା ଟ୍ରଷ୍ଟରୁ ବହିଷ୍କାର, ନୋଏଲ ଟାଟା ଏବଂଂ..... ଏବେ ଏହି ମାମଲା ଯିବ କି କୋର୍ଟକୁ?

ଟାଟା ଟ୍ରଷ୍ଟ୍‌ସରେ ଝଗଡ଼ାର ମୂଳ କାରଣ ମିସ୍ତ୍ରି ପରିବାରର ସଦସ୍ୟ ମେହଲି ମିସ୍ତ୍ରିଙ୍କ ପୁନଃନିଯୁକ୍ତିକୁ ଅଟକାଇ ଦିଆଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟା, ଉପାଧ୍ୟକ୍ଷ ବେଣୁ ଶ୍ରୀନିବାସନ ଓ ଟ୍ରଷ୍ଟି ବିଜୟ ସିଂହ ତାଙ୍କ ବିରୋଧରେ ଭୋଟ୍ ଦେଇଛନ୍ତି। ତେଣୁ ସେ ଟ୍ରଷ୍ଟରୁ ସମ୍ପୂର୍ଣ୍ଣ ବିଦା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଟାଟା ଗ୍ରୁପ୍‌ର ପୂର୍ବତନ ମୁଖ୍ୟ ରତନ ଟାଟାଙ୍କ ଦେହାନ୍ତର ଗୋଟିଏ ବର୍ଷ ପୂରଣ ହେବା ପୂର୍ବରୁ ଟ୍ରଷ୍ଟରେ ଝଗଡ଼ା ଆରମ୍ଭ ହୋଇଥିଲା। ଗୋଟିଏ ପଟେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା ଥିଲେ ଓ ଅପର ପକ୍ଷରେ ସାପୁରଜୀ ପାଲୋଞ୍ଜି ଗ୍ରୁପ୍‌ର ପରିଚାଳନା କରୁଥିବା ମିସ୍ତ୍ରି ପରିବାରର ସଦସ୍ୟ ମେହଲି ମିସ୍ତ୍ରି ଥିଲେ।

Noel Tata-

ଝଗଡ଼ା ଏତେ ବଡ଼ ହୋଇଥିଲା ଯେ ନୋଏଲ୍‌ଙ୍କ ପକ୍ଷ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଥିଲେ। କିଛି ଦିନ ପୂର୍ବେ ନୋଏଲଙ୍କ ଘନିଷ୍ଠ ଥିବା ବେଣୁ ଶ୍ରୀନିବାସନଙ୍କୁ ଟ୍ରଷ୍ଟର ଆଜୀବନ ଟ୍ରଷ୍ଟି ଭାବେ ପୁନଃ ନିଯୁକ୍ତି ଦିଆଯାଇଥିଲା। ସେହିଦିନଠାରୁ ସ୍ପଷ୍ଟ ହୋଇଥିଲା ଯେ ମେହଲିଙ୍କୁ ରୋକିବା ଲାଗି ନୋଏଲ ନିଜର ବଳ ବଢ଼ାଉଛନ୍ତି। ସେହି ଅନୁମାନ ସତ ପ୍ରମାଣିତ ହୋଇଛି। ରତନ ଟାଟା ବଞ୍ଚିଥିବା ସମୟରେ ଟ୍ରଷ୍ଟରେ ନିଯୁକ୍ତିକୁ ସବୁ ସଦସ୍ୟଙ୍କ ସହମତିରେ ମଞ୍ଜୁର କରାଯାଉଥିଲା। କିନ୍ତୁ ଏବେ ତାହା ବଦଳିଯାଇଛି। ବହୁମତ ଆଧାରରେ ମେହଲିଙ୍କ ନିଯୁକ୍ତିକୁ ଅଟକାଇ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+