ଟୋଲ ଟ୍ୟାକ୍ସ ହେଲା ମହଙ୍ଗା , ଦେବାକୁ ପଡ଼ିବ ଅଧିକ ୫ %

୪ରୁ ୫ ପ୍ରତିଶତ ଟୋଲ ଟ୍ୟାକ୍ସ ବୃଦ୍ଧି କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI)। ଫଳରେ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ୪-୫ ପ୍ରତିଶତ ଟୋଲ୍ ଶୁଳ୍କ ଦେବାକୁ ପଡ଼ିବ। ସଂଶୋଧିତ ଟୋଲ୍ ଶୁଳ୍କ ମଙ୍ଗଳବାରଠାରୁ ଲାଗୁ ହୋଇଛି ବୋଲି ରାଜପଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏବେ ୧୦୦ ଟଙ୍କା ବଦଳରେ ଟୋଲ୍‌ ଟିକସ ବାବଦକୁ ୧୦୪ରୁ ୧୦୫ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିପାରେ। ପରିବହନ ମନ୍ତ୍ରାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

NHAI Increases Toll Tax by 5

ସେ କହିଛନ୍ତି, ପ୍ରତି ବର୍ଷ ଏପ୍ରିଲ ୧ରେ ଟୋଲ୍‌ ହାର ସଂଶୋଧନ କରାଯାଇଥାଏ। ପାଇକରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରରେ ଏହି ହାର ସ୍ଥିର କରାଯାଇଥାଏ। ଦେଶରେ ପ୍ରାୟ ୮୫୫ ଟୋଲ୍‌ ପ୍ଲାଜା ରହିଛି। ଏଥିରୁ ୬୭୫ଟି ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ୧୮୦ଟି ଘରୋଇ କମ୍ପାନୀ ହାତରେ ରହିଛି। ଏହି ଟିକସ ବୃଦ୍ଧି ନିଷ୍ପତ୍ତି ସବୁ ଟୋଲ୍‌ ପ୍ଲାଜାରେ କାର୍ଯ୍ୟକାରୀ ହେବ। ହାଇୱେ ଏବଂ ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+