For Quick Alerts
Turn On Notification  
For Daily Alerts
Oneindia App Download

Home Loan EMI : ନୂଆ ବର୍ଷରେ କରନ୍ତୁ ନିଜର ଘର , SBI ଦେବ ଗୃହ ଋଣ ଉପରେ ଜବରଦସ୍ତ ଅଫର

ଯେଉଁମାନେ ନୂଆ ବର୍ଷରେ ଘର କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଅତୁଳନୀୟ ଅଫର ଆଣିଛି । ଗୃହ ଋଣ EMI ଉପରେ ସୁଧ ହାରରେ ଏସବିଆଇ 0.30 ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି

|

ନୂଆଦିଲ୍ଲୀ : ଯଦି ଆପଣ ନୂଆ ବର୍ଷରେ ନିଜ ଘରର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ । ଯେଉଁମାନେ ନୂଆ ବର୍ଷରେ ଘର କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଅତୁଳନୀୟ ଅଫର ଆଣିଛି । ଗୃହ ଋଣ EMI ଉପରେ ସୁଧ ହାରରେ ଏସବିଆଇ 0.30 ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି, ବ୍ୟାଙ୍କ ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ଘୋଷଣା କରାଯାଇଛି । ଏହା ବ୍ୟତୀତ ଆଗାମୀ ସମୟରେ ଏସବିଆଇ ଦ୍ୱାରା ଅଧିକ ଆକର୍ଷଣୀୟ ଅଫର ଆସିବା ନେଇ କୁହାଯାଇଛି ।

sbi-home-loan

ନୂଆବର୍ଷରେ ଶସ୍ତାରେ କିଣନ୍ତୁ ଘର

ଗତ ବର୍ଷ କରୋନାଭାଇରସ୍ ମହାମାରୀ ଏବଂ ଲକଡାଉନ୍ ଯୋଗୁଁ ଲୋକମାନେ ଘର ଓ ସମ୍ପତ୍ତି କ୍ରୟ କରିବାରେ କମ୍ ଆଗ୍ରହ ଦେଖାଇଥିଲେ । ଏଭଳି ପରିସ୍ଥିତିରେ ଗୃହଋଣ ନେଇ ବ୍ୟାଙ୍କ ପକ୍ଷରୁ ନୂଆ ଅଫର ଘୋଷଣା କରାଯାଉଛି । ଏସବିଆଇ ଏହାର ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ହୋମ୍ ଫାଇନାନ୍ସ କ୍ଷେତ୍ରରେ ବଜାର ଚାହିଦାକୁ ନଜରରେ ରଖି ଗ୍ରାହକଙ୍କ ଭାବନାକୁ ବୁଝିବା ସହ ରିହତ୍ ପ୍ରଦାନ କରିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବ । ଏହା ବ୍ୟତୀତ ବ୍ୟାଙ୍କ ସମୟ ସମୟରେ ଗୃହ ଋଣ ଉପରେ ଉପରେ ବିଭିନ୍ନ ପ୍ରକାରର ଅଫର ମଧ୍ୟ ଜାରି ରଖିବ ।

ଗ୍ରାହକଙ୍କୁ ବ୍ୟାଙ୍କ ଦେବ ରିହାତି

ଗୃହଋଣରେ 0.30 ପ୍ରତିଶତ ହ୍ରାସ କରିଥିବା ଘୋଷଣା କରି ଏସବିଆଇ କହିଛି ଯେ ଏହା ପୂର୍ବରୁ ଚାଲିଥିବା ଅଫରକୁ ଅଧିକ ଆକର୍ଷଣୀୟ କରିଛି । ଏହା ସହିତ ବ୍ୟାଙ୍କ ପ୍ରୋସେସିଂ ଫି ସମ୍ପୂର୍ଣ୍ଣ ଛାଡ଼ କରିଛି । ବର୍ତ୍ତମାନ ପରିସ୍ଥିତିରେ ଋଣ ପରିମାଣ ଏବଂ ସିବିଲ୍ ସ୍କୋର ଉପରେ ନିର୍ଭର କରି ଗ୍ରାହକଙ୍କୁ ଗୃହଋଣ ଉପରେ ସୁଧ ହାରରେ ଅଧିକ ରିହାତି ଦିଆଯିବ । ଏହା ବ୍ୟତୀତ, ଯେଉଁମାନେ ପୂର୍ବରୁ ଠିକ୍ ସମୟରେ ଋଣ ପରିଶୋଧ କରିଛନ୍ତି, ସେମାନଙ୍କୁ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କମ୍ ସୁଧ ହାରରେ ଗୃହଋଣ ପ୍ରଦାନ କରିବ ।

ଅନଲାଇନ ଆବେଦନରେ ମିଳିପାରିବ ଅତିରିକ୍ତ ରିହାତି

ଯୋଗ୍ୟ ଗୃହଋଣ ଗ୍ରାହକମାନେ କାଗଜବିହୀନ ପୂର୍ବ-ଅନୁମୋଦିତ ଟପ୍-ଅପ୍ ଋଣ ପାଇପାରିବେ ବୋଲି ପ୍ରେସ ବିଜ୍ଞପ୍ତିରେ ବ୍ୟାଙ୍କ ସୁଧ ହାର ବିଷୟରେ ଅଧିକ ସୂଚନା ଦେଇଛି । ଗ୍ରାହକମାନେ ଯଦି YONO App, homeloans.sbi, sbiloansin59minutes.com ଜରିଆରେ ଆହେଦନ କରନ୍ତି, ତେବେ ସେମାନେ 5BPS (ବିଲଡିଂ ନିର୍ମାଣ ସ୍କିମ୍) ମାଧ୍ୟମରେ ଅତିରିକ୍ତ ସୁଧ ଛାଡ ପାଇବେ । ଏହା ବ୍ୟତୀତ ବ୍ୟାଙ୍କ ବାଲାନ୍ସ ଟ୍ରାନ୍ସଫର ଏବଂ ମହିଳା ଋଣକାରୀଙ୍କୁ 5 ବିପିଏସ୍ ଅଧୀନରେ ଅତିରିକ୍ତ ଛାଡ ଘୋଷଣା କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
New Year Offer : SBI will provide Home Loan in low interest rate.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X