ଏଣିକି ମୋବାଇଲରେ ଭରି ପାରିବେ ଆୟକର ରିଟର୍ଣ୍ଣ : ହେଲେ କିପରି ? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା
ନୂତନ ପୋର୍ଟାଲ ଜରିଆରେ କରଦାତା ମୋବାଇଲ ଫୋନରେ ସହଜରେ ଆୟକର ରିଟର୍ଣ୍ଣ ଫାଇଲ ଦାଖଲ କରିପାରିବେ
ନୂଆଦିଲ୍ଲୀ: ଆୟକର ବିଭାଗ ଟିକସଦାତାଙ୍କୁ ମିଳିବ ବଡ ଆଶ୍ୱସ୍ତି। ଜୁନ 7ରୁ ଇନକମ ବା ଆୟକର ରିଟର୍ଣ୍ଣ ଫାଇଲ ମୋବାଇଲରେ ଭରା ଯାଇପାରିବ । ସୂଚନା ଅନୁସାରେ, ଆଇଟିଆର ଫାଇଲିଂର ପ୍ରକ୍ରିୟା ଇ-ଫାଇଲିଙ୍ଗ ୱେବସାଇଟ୍ incometaxindiaefiling.gov.in କୁ ବନ୍ଦ କରାଯିବାର ଛଅ ଦିନ ପରେ 2021 ମେ 31 ମଧ୍ୟ ରାତ୍ରରେ ଏହା ଉପରେ ରୋକ୍ ଲଗାଯାଇଛି । ଫାଇଲିଙ୍ଗ ପ୍ରକ୍ରିୟା ଜୁନ 7ରେ ପୁନର୍ବାର ଆରମ୍ଭ ହେବ । ଏହା ପୂର୍ବରୁ ଜୁନ 6ରେ ନୂତନ ଇ-ଫାଇଲିଂ ୱେବସାଇଟ ଲଞ୍ଚ କରାଯିବ। ଏହି ପୋର୍ଟାଲର ନାମ 'ଇ-ଫାଇଲିଂ 2.0' ରଖାଯିବ। ଏହାସହିତ ବିଭାଗର ଇ-ଫାଇଲିଂ ପାଇଁ ଚାଲୁଥିବା ପୁରୁଣା ପୋର୍ଟାଲକୁ ବନ୍ଦ କରି ଦିଆଯିବ । ନୂତନ ପୋର୍ଟାଲ ଜରିଆରେ କରଦାତା ମୋବାଇଲ ଫୋନରେ ସହଜରେ ଆୟକର ରିଟର୍ଣ୍ଣ ଫାଇଲ ଦାଖଲ କରିପାରିବେ । ଏହି ପୋର୍ଟାଲରେ ପୂର୍ବରୁ ଭରା ଯାଇଥିବା ଆୟକର ରିଟର୍ଣ୍ଣର ଫର୍ମ ମଧ୍ୟ ଆପଣଙ୍କୁ ଦିଆଯିବ ।
କିପରି ଭରି ପାରିବେ ରିଟର୍ଣ୍ଣ?

ପ୍ରଥମେ ଆପଣ http://incometax.gov.inକୁ ଯାଇ ଆପଣ ଦାଖଲ କରିପାରିବେ। ନୂତନ ଫାଇଲିଂ ୱେବସାଇଟରେ କରଦାତା ସହଜରେ ମୋବାଇଲ ଜରିଆରେ ନିଜର ରିଟର୍ଣ୍ଣ ଫାଇଲ ଦାଖଲ କରି ପାରିବେ। ନୂତନ ଇ-ଫାଇଲିଂ ୱେବସାଇଟରେ ଫାଇଦା ମିଳିବ ବୋଲି ଆଶା କରାଯାଉଛି ।
ମୋବାଇଲ ଆପ୍ : ଏଥିସହ ଏକ ମୋବାଇଲ ଆପ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏଥିରେ ମୋବାଇଲ ନେଟୱର୍କରେ ସମସ୍ତ ମୁଖ୍ୟ କାମ ପାଇଁ ଆକ୍ସେସ୍ ମିଳିବ । ଏହି ପୋର୍ଟାଲର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫିଚର୍ସକୁ ମୋବାଇଲ ଆପରେ ଉପଲବ୍ଧ କରାଯିବ। କିନ୍ତୁ ବର୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଟ୍ୟାକ୍ସ ଭରିବା ପାଇଁ କୌଣସି ମୋବାଇଲ ଆପ୍ ନାହିଁ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications