ନୂତନ GST ଦେଶର ସାମଗ୍ରିକ ଟିକସ ଓ ରାଜସ୍ୱ ବ୍ୟବସ୍ଥାକୁ ସରଳ ଓ ଆଧୁନିକୀକରଣ କରିବ; ଅର୍ଥମନ୍ତ୍ରୀ
ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲ୍କିଲ୍ଲାରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଦୀପାବଳି ସୁଦ୍ଧା ଆଗାମୀ ପିଢ଼ି ଜି.ଏସ୍.ଟି. ସଂସ୍କାରର କାର୍ଯ୍ୟକାରିତା ସମ୍ପର୍କରେ ଘୋଷଣା କରିଥିଲେ । ଗତ ୩ ତାରିଖରେ ଅନୁଷ୍ଠିତ ଜି.ଏସ୍.ଟି. ପରିଷଦ ବୈଠକରେ ଜନସାଧାରଣଙ୍କ ଜୀବନ ମାନକୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ଟିକସ ହାରରେ ହ୍ରାସ କରାଯାଇଛି । ଏହି ନୂତନ ଦର ଆଗାମୀ ୨୨ ତାରିଖରୁ ଲାଗୁ ହେବ ।

ଏହି ପରିପ୍ରେକ୍ଷୀରେ ଆଜି ଆମେ ନଜର ପକାଇବା ବ୍ୟାବସାୟିକ ମାଲବାହୀ ଯାନ ଉପରେ । ଦେଶରେ ୬୫ରୁ ୭୦ ପ୍ରତିଶତ ସାମଗ୍ରୀ ଟ୍ରକ୍ ମାଧ୍ୟମରେ ପରିବହନ ହୋଇଥାଏ । ଜି.ଏସ୍.ଟି. ପରିଷଦ ଟ୍ରକ୍ ଉପରୁ ଟିକସ ହାର ୨୮ରୁ ୧୮ ପ୍ରତିଶତକୁ ହ୍ରାସ କରିଛନ୍ତି । ପରିବହନ ଭ୍ୟାନ୍ଗୁଡ଼ିକ ଉପରୁ ମଧ୍ୟ ଟିକସ ହାର ଅନୁରୂପ ଭାବେ ହ୍ରାସ କରାଯାଇଛି । ଏହି ଟିକସ ହାର ହ୍ରାସ ଦ୍ୱାରା ଦେଶରେ ଗମନାଗମନ କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇପାରିବ ବୋଲି ଆଶା କରାଯାଉଛି ।
ଏହାଛଡ଼ା ସାମଗ୍ରୀ ପରିବହନ କ୍ଷେତ୍ରରେ ମାଲବାହୀ ଗାଡ଼ିଗୁଡ଼ିକରେ କିଲୋମିଟର ପିଛା ପ୍ରତି ଟନ୍ରେ ଖର୍ଚ୍ଚ ହ୍ରାସ ପାଇବ । ଏହି ପଦକ୍ଷେପଦ୍ୱାରା କୃଷିଜାତ ଦ୍ରବ୍ୟ, ସିମେଣ୍ଟ, ଷ୍ଟିଲ୍, ଇ-କମର୍ସ ପରିବହନ କ୍ଷେତ୍ରରେ ଖର୍ଚ୍ଚ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ । ଏହାଦ୍ୱାରା ଦେଶର ଆର୍ଥିକ ଅଭିବୃଦ୍ଧି ଏବଂ ଯୋଗାଣ ଶୃଙ୍ଖଳ ପ୍ରକ୍ରିୟା ଅଧିକ ସୁଦୃଢ଼ ହେବା ସହ ରପ୍ତାନୀ ପ୍ରକ୍ରିୟା ମଧ୍ୟ ସଶକ୍ତ ହୋଇପାରିବ ।












Click it and Unblock the Notifications