ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୨୦.୨୫%ବୃଦ୍ଧି ହୋଇ ପହଁଞ୍ଚିଲା ୧୫.୬୦ ଲକ୍ଷ କୋଟିରେ
Direct Tax Collection Latest News: : ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ନିଟ୍ ଡାଇକ୍ଟେ ଟ୍ୟାକ୍ସ ସଂଗ୍ରହ ବାର୍ଷିକ ଆଧାରରେ ୨୦ ପ୍ରତିଶତ ବୃଦ୍ଧି ହୋଇ ୧୫.୬୦ ଲକ୍ଷ କୋଟିରେ ପହଞ୍ଚିଛି । ଏହି ପରିମାଣ ୨୦୨୩-୨୪ ପାଇଁ ସଂଶୋଧିତ ଆକଳନଗୁଡିକର ୮୦ ପ୍ରତିଶତ ଅଟେ । ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) କହିଛି ପ୍ରତ୍ୟକ୍ଷ କର ସଂଗ୍ରହଣର ଅସ୍ଥାୟୀ ଆକଳନରେ ଲାଗତର ବୃଦ୍ଧି ଦେଖୁବାକୁ ମିଳିଛି ।
ଏହି ସମୟରେ ୧୦ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ କର ସଂଗ୍ରହରୁ ଜଣାପଡ଼ିଛି ଯେ ମୋଟ ସଂଗ୍ରହ ୧୮.୩୮ ଲକ୍ଷ କୋଟି ଟଙ୍କା ରହିଛି । ଏହି ରାଶି ଗତବର୍ଷ ସମାନ ଅବବଧିରେ ଆଦାୟ ହୋଇଥିବା ଟ୍ୟାକ୍ସ ତୁଳନାରେ ୧୭.୩୦ ପ୍ରତିଶତ ଅଧିକ ୨୦୨୩-୨୪ ଆର୍ôଥକ ବର୍ଷରେ ଫେବୃଆରୀ ୧୦ ପର୍ଯ୍ୟନ୍ତ ରିଫଣ୍ଡକୁ ଛାଡ଼ି ଦେଲେ ପ୍ରତ୍ୟକ୍ଷ କର ସଂଗ୍ରହ ୧୫.୬୦ ଲକ୍ଷ କୋଟି, ଯାହା ଗତ ବର୍ଷ ସମାନ ଅବିଧ ତୁଳନାରେ ୨୦.୨୫ ପ୍ରତିଶତ ଅଧିକ ।

ଏହି ସଂଗ୍ରହ ହେଉଛି ୨୦୨୩-୨୪ ପାଇଁ ପ୍ରତ୍ୟକ୍ଷ ଟ୍ୟାକ୍ସର ମୋଟ ସଂଶୋଧିତ ଆକଳନର ୮୦.୨୩ ପ୍ରତିଶତ । ସିବିଡିଟି ଆହୁରି କହିଛି ଯେ ୧ ଏପ୍ରିଲ ୨୦ ୨୩ରୁ ୧୦ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ୨.୭୭ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି । ଏହି ଅବଧି ମଧ୍ୟରେ, କର୍ପୋରେଟ୍ ଆୟକର ଏବଂ ବ୍ୟକ୍ତିଗତ ଆୟକରର ମୋଟ ରାଜସ୍ୱ ସଂଗ୍ରହ ମଧ୍ୟ କ୍ରମାଗତ ବୃଦ୍ଧି ଘଟିଛି । ବ୍ୟକ୍ତିଗତ ଆୟକରର ଅଭିବୃଦ୍ଧି ହାର ୯.୧୬ ପ୍ରତିଶତ ଥିବାବେଳେ ଅଭିବୃଦ୍ଧି ହାର ୨୫.୬୭ ପ୍ରତିଶତ ରହିଛି ।
ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟ୍ୟାକ୍ସ କଣ?
ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟ୍ୟାକ୍ସ ପ୍ରତ୍ୟେକ କ୍ଷେତ୍ରରେ ପରସ୍ପରର ସମ୍ପୂର୍ଣ୍ଣ ବିପରୀତ । ସିଧାସଳଖ ଟିକସ ସରକାରଙ୍କୁ ପ୍ରଦାନ କରାଯାଏ ଏବଂ ଏହାର ଆୟ ଏବଂ ଲାଭ ଉପରେ ଆଦାୟ କରାଯାଏ । ତେବେ ପରୋକ୍ଷ ଟିକସ ସମ୍ପୂର୍ଣ୍ଣ ବିପରୀତ । ଯଦି କେହି ଦ୍ରବ୍ୟ ଏବଂ ସେବା କ୍ରୟ କରନ୍ତି, ତେବେ ସେ ପରୋକ୍ଷରେ ସରକାରଙ୍କୁ ଦେୟ ପ୍ରଦାନ କରିଥାନ୍ତି ।
ପରୋକ୍ଷ ଟ୍ୟାକ୍ସ ହେଉଛି ଏକ ପ୍ରକାର ଟ୍ୟାକ୍ସ ଯାହା ଅନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଦିଆଯାଏ । ପରୋକ୍ଷ ଟ୍ୟାକ୍ସ ସାଧାରଣତ ଗ୍ଧଷର ଉତ୍ପାଦକ କିମ୍ବା ଯୋଗାଣକାରୀଙ୍କ ଉପରେ ଲାଗୁ ହୁଏ ଯିଏ ସେହି ଟ୍ୟାକ୍ସକୁ ଅନ୍ତିମ ଗ୍ରାହକଙ୍କୁ ଦେଇଥାଏ । ପରୋକ୍ଷ ଟ୍ୟାକ୍ସର ଉଦାହରଣରେ ବିକ୍ରୟ କର, ମନୋରଞ୍ଜନ କର, ଏକ୍ସାଇଜ୍ ଡ୍ୟୁଟି ଇତ୍ୟାଦି ଅନ୍ତର୍ଭୁକ୍ତ ।












Click it and Unblock the Notifications