ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁକେଶ-ନୀତା!

ଆଜି (ଜାନୁଆରି ୨୦ ତାରିଖ) ଆମେରିକାର ୪୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ଏହାର ଅବ୍ୟବହିତ ପୂର୍ବରୁ ଟ୍ରମ୍ପ ଗତକାଲି ଏକ ନୈଶଭୋଜି ପ୍ରଦାନ କରିଥିଲେ । ଏଥିରେ ବିଶ୍ୱ ଉଦ୍ୟୋଗଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି। ଏମାନଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି।

ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଅମ୍ବାନୀ ଦମ୍ପତି ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ଟ୍ରମ୍ପଙ୍କ ନୈଶଭୋଜିରେ ଅମ୍ବାନୀ ଦମ୍ପତିଙ୍କ ଉପସ୍ଥିତି ବିଶ୍ୱସ୍ତରରେ ଭାରତର ଉଦ୍ୟୋଗଜଗତର ଦବ୍‌ଦବାକୁ ଦର୍ଶାଉଛି। ତେଣୁ ଟ୍ରମ୍ପଙ୍କ ଶାସନ କାଳରେ ଭାରତ ଏବଂ ଆମେରିକା ମଧ୍ୟରେ ଅର୍ଥନୈତିକ ସଂପର୍କ ମଜଭୁତ ହେବ ବୋଲି ଆଶା କରାଯାଉଛି।

Mukesh Ambani wife Nita meet U S President

ମୁକେଶ ଓ ନୀତା ଅମ୍ବାନୀଙ୍କ ବ୍ୟତୀତ ନୈଶଭୋଜିରେ ଅନ୍ୟତମ ଭାରତୀୟ ଉଦ୍ୟୋଗୀ ତଥା ଏମ୍‌୩ଏମ୍‌ର ଏମ୍‌ଡି ପଙ୍କଜ ବନସଲ, ଟ୍ରାଇବେକା ଡେଭଲପର୍ସର ପ୍ରତିଷ୍ଠାତା କଳ୍ପେଶ ମେହଟା ମଧ୍ୟ ଯୋଗ ଦେଇଛନ୍ତି। ଏଥିସହିତ ନୈଶଭୋଜିରେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ ଓ ଅନ୍ୟମାନଙ୍କୁ ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+