ରାଜସ୍ଥାନର ଶ୍ରୀନଥଜୀ ମନ୍ଦିର ପରିଦର୍ଶନ କଲେ ଅମ୍ବାନୀ
ରାଜସ୍ଥାନର ଶ୍ରୀନଥଜୀ ମନ୍ଦିର ପରିଦର୍ଶନ କଲେ ଅମ୍ବାନୀ । ସାଥିରେ ଥିଲେ ପୁଅ ଓ ଭାବି ବୋହୂ।
ଜୟପୁର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ସୋମବାର ରାଜସ୍ଥାନର ନାଥୱାରା ସହରର ଶ୍ରୀନଥଜୀ ମନ୍ଦିର ପରିଦର୍ଶନ କରିଛନ୍ତି। ଅମ୍ବାନୀ ଏକ ଚାର୍ଟାର୍ଡ ବିମାନରେ ଉଦୟପୁରର ଡାବୋକ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରୁ ସେ ସଡକ ପଥରେ ନାଥଦ୍ୱାରରେ ପହଞ୍ଚିଥିଲେ। ତାଙ୍କ ସହ ପୁଅ ଅନନ୍ତ ଅମ୍ବାନୀଙ୍କ ଭାବି ପତ୍ନୀ ରାଧିକା ମର୍ଚାଣ୍ଟ ଏବଂ କମ୍ପାନୀର ନିର୍ଦ୍ଦେଶକ ମନୋଜ ମୋଦୀ ମଧ୍ୟ ଥିଲେ।

ମନ୍ଦିରରେ ପହଞ୍ଚି ପରିବାର ପ୍ରାର୍ଥନା କରିବା ସହିତ ମନ୍ଦିର ପରିସରରେ କିଛି ସମୟ ବିତାଇଥିଲେ । ଏହାପରେ ସେମାନେ ଉଦୟପୁରକୁ ଫେରିଯାଇଥିଲେ । ସେଠାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିବା ସୂଚନା ରହିଛି ।

ଶ୍ରୀନାଥଜୀ ହେଉଛନ୍ତି ଭଗବାନ କୃଷ୍ଣଙ୍କ ରୂପ । ଏହି ମନ୍ଦିର ପ୍ରାୟ 350 ବର୍ଷ ପୁରୁଣା । ଧୀରୁଭାଇ ଅମ୍ବାନୀଙ୍କ ଠାରୁ ଆରମ୍ଭ କରି କୋକିଲାବେନ ଅମ୍ବାନୀ ଶ୍ରୀନାଥଜୀଙ୍କୁ ଖୁବ ବିଶ୍ବାସ କରୁଥିଲେ । ସେବେ ଠାରୁ ଅମ୍ବାନୀ ପରିବାର ଏହି ମନ୍ଦିର ପରିଦର୍ଶନ କରିବା ପାଇଁ ଆସିଥାନ୍ତି ।












Click it and Unblock the Notifications