ବିଶ୍ୱର ସବୁଠୁ ବଡ଼ ଡାଟା ସେଣ୍ଟର ଜାମନଗରରେ ନିର୍ମାଣ କରିବେ ମୁକେଶ ଅମ୍ୱାନୀ
ନୂଆଦିଲ୍ଲୀ : ବ୍ଲୁମବର୍ଗ ୨୪ ଜାନୁଆରୀରେ ଏହା ରିପୋର୍ଟ କରିଛି। ବୈଶ୍ୱିକ ଏଆଇ ପ୍ଲେୟାରଙ୍କ ସହ ପ୍ରତିଯୋଗିତା କରି, ଭାରତର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷମତାକୁ ବୃଦ୍ଧି କରିବା ଏହି ନୂଆ ପ୍ରୋଜେକ୍ଟର ଲକ୍ଷ୍ୟ । କହିରଖୁଛୁକି, ପ୍ରୋଜେକ୍ଟର ଅଫିସିଆଲି ବିବରଣୀ ଏବେ ଉପଲବ୍ଧ ନାହିଁ।
ବିଶ୍ବରେ ମାଇକ୍ରୋସଫ୍ଟ, ଆମାଜନ ଏବଂ ଆଲଫାବେଟ୍ ଭଳି କମ୍ପାନି ଏଆଇ ସମର୍ଥିତ ଡାଟା ସେଣ୍ଟର ସ୍ଥାପନରେ ବିପୁଳ ରାଶି ନିବେଶ କରୁଛନ୍ତି। ଏ କ୍ଷେତ୍ରରେ ରିଲାଏନ୍ସ ପ୍ରବେଶ କରିଛି। ଏହି ସେଣ୍ଟର ସ୍ଥାପନ ହେଲେ ଭାରତକୁ ଆଉ ଡାଟା ସଂରକ୍ଷଣ ପାଇଁ ବିଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଭାରତର ଡାଟାକୁ ଭାରତରେ ସଂରକ୍ଷିତ ରଖାଯାଇ ପାରିବ।

ଅକ୍ଷୟ ଶକ୍ତିର ଯଥାସମ୍ଭବ ବ୍ୟବହାର ଏହି ଡାଟା ସେଣ୍ଟରରେ କରାଯିବ। ସୌର ଶକ୍ତି, ଗ୍ରିନ୍ ହାଇଡ୍ରୋଜେନ୍ ଏବଂ ପବନ ଶକ୍ତି ସହିତ ଏହି ଡାଟା ସେଣ୍ଟରକୁ ଯୋଡ଼ାଯିବ। ତେବେ ନିରନ୍ତର ବିଦ୍ୟୁତ୍ ଯୋଗାଣ ଦୃଷ୍ଟିରୁ ଜୀବାଶ୍ମ ଇନ୍ଧନ ଏବଂ ବୃହତ୍ ବ୍ୟାଟେରି ବ୍ୟବାହାରର ଆବଶ୍ୟକତା ମଧ୍ୟ ରହିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଭାରତର ଡାଟା ସେଣ୍ଟର କ୍ଷମତା ୩ ଗୁଣା ବଢ଼ିଯିବ।












Click it and Unblock the Notifications