ପେଟିଏମ ଉପରେ ଏଚ୍‌ଡିଏଫସି-ମୁକେଶଙ୍କର ଆଖି !

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ୍ ବ୍ୟାଙ୍କ ଇପରେ ପ୍ରତିବନ୍ଧକ ଲଗା ଯିବା ଘରେ କମ୍ପାନିର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେସନ ଉପରେ ସଂକଟ ବଢିବାରେ ଲାଗିଛି । କମ୍ପାନିର ସେୟାର ଲଗାତାର ତୃତୀୟ କାରବାର ଦିନରେ ଲୋୟର ସର୍କିଟ୍ ଛୁଇଁଛି । ଏବେ ପେଟିଏମ୍ ବ୍ୟାଙ୍କର ଲାଇସେନ୍ସ ଉପରେ ମଧ୍ୟ ସଂକଟର କଳା ବାଦଲ ରହିଛି ।

ଅନ୍ୟ ପକ୍ଷରେ ସଙ୍କଟ ଦେଇ ଗତି କରୁଥିବା ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କ ଏବେ ଅନ୍ୟମାନଙ୍କ ଲାଗି ବ୍ୟବସାୟ ବଢ଼ାଇବାର ସୁଯୋଗରେ ପରିଣତ ହୋଇଛି । ଚଳିତ ମାସ ୨୯ ପରେ ରିଜର୍ଭ ବ୍ୟାଙ୍କ କଟକଣା ଲାଗୁ ହେବ । ତେଣୁ ଏହା ପୂର୍ବରୁ ନିଜ ୱାଲେଟ୍‌କୁ ଅନ୍ୟ ବ୍ୟାଙ୍କ ସହ ଯୋଡ଼ିବା ଲାଗି ପେଟିଏମ୍ ଉଦ୍ୟମ ଆରମ୍ଭ କରିଛି । ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପେଟିଏମ୍ ଏହାର ୱାଲେଟ୍‌କୁ ବିକ୍ରି କରିବା ଲାଗି ଉଦ୍ୟମ ଆରମ୍ଭ କରିଛି । ସେଥିପାଇଁ ଏହା ମୁକେଶ ଅମ୍ବାନିଙ୍କ ସଂସ୍ଥା ଜିଓ ଫାଇନାନ୍ସିଆଲ୍ ସର୍ଭିସେସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛି ।

mukesh & paytm


ହିନ୍ଦୁ ବିଜନେସଲାଇନର ଏକ ରିପୋର୍ଟ ଅନୁସାରେ ମୁକେଶ ଅମ୍ବାନୀଙ୍କ କମ୍ପାନି ଜିଓ ଫାଇନାନସିଆଲ୍ ସର୍ଭିସେସ୍ ଏବଂ ଏଚ୍ ଡି ଏଫସି ବ୍ୟାଙ୍କ ସହ କଥାବାର୍ତ୍ତା ଜାରି ରହିଛି । ଏହି ଖବର ପରେ ସୋମବାର ବିଏସଇରେ ଜିଓ ଫାଇନାନ୍‌ସିଆଲ୍ ସର୍ଭି ସେସ୍ ସେୟାର ୧୪ ପ୍ରତିଶତ ବଢି ୨୮୯,୭୦ ଟଙ୍କାର ଅପର ସର୍କିଟ ଛୁଇଁଛି । ଉଲ୍ଲେଖଯୋଗ୍ୟ ଯେ ଜିଓ ଫାଇନାନ୍‌ସିଆଲ୍ ସର୍ଭିସେସ୍‌କୁ ଗତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରି ଠାରୁ ଅଲଗା କରାଯାଇଥିଲା ।

ଏହାପରେ ୨୦୨୩ ଅଗଷ୍ଟରେଜିଓ ଫାଇନାନସିଆଲ ସର୍ଭିସେସର ସେୟାର ବଜାରରେ ଲିଷ୍ଟି" ହୋଇଥିଲା । ଲିଷ୍ଟି" ପରେ ଅନେକ ଦିନ ଯାଏ ଚାପରେ ରହିବା ପରେ ଏବେ ଏହି ସେୟାର ଟ୍ରାକ୍କୁ ଫେରିଛି । ମିଡିଆ ରିପୋର୍ଟରେ ଦାବି କରାଯାଉଛି ଯେ ପେଟି ଏମ୍ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଏବଂ ତାଙ୍କ ଟିମ୍ ଗତ ବର୍ଷ ନଭେମ୍ବର ମାସରୁ ଜଓ ଫାଇନାନ୍‌ସିଆଲ୍ ସହ କଥାବର୍ଭା ଆରମ୍ଭ କରିଥିଲେ । ସେହିପରି ଏଚଡିଏଫସି ବ୍ୟାଙ୍କ ସହ ଆଲୋଚନା ପେଟିଏମ ପେରେଣ୍ଟ ବ୍ୟାଙ୍କ ଉପରେ ଆକ୍ସନର ଠିକ୍ ପୂର୍ବରୁ ଆରମ୍ଭ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+