ଆଦାନୀଙ୍କୁ ପଛରେ ପକାଇଲେ ଅମ୍ବାନୀ, ହେଲେ ଏସିଆର ଧନୀ ନଂ 1
ପୁଣିଥରେ ଗୌତମ ଆଦାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ଲାଭ କରିଛନ୍ତି ମୁକେଶ ଅମ୍ବାନୀ । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ସର୍ବଶେଷ ମାନ୍ୟତା ତାଲିକା ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ 99.07 ବିଲିୟନ ଡଲାର
ନୂଆଦିଲ୍ଲୀ: ପୁଣିଥରେ ଗୌତମ ଆଦାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ଲାଭ କରିଛନ୍ତି ମୁକେଶ ଅମ୍ବାନୀ । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସର ସର୍ବଶେଷ ମାନ୍ୟତା ତାଲିକା ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ 99.07 ବିଲିୟନ ଡଲାରର ସମ୍ପତ୍ତି ସହିତ ଧନୀ ଏସୀୟ ଟ୍ୟାଗ୍ ଫେରି ପାଇଛନ୍ତି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ଆଦାନୀ ଗ୍ରୁପ୍ର ସଂସ୍ଥାଗୁଡ଼ିକର ସେୟାର ମୂଲ୍ୟାଙ୍କନରେ ଏକ ଗୁରୁତ୍ୱପୂର୍ଣ୍ଣ ଅବମୂଲ୍ୟାୟନ ହେବାପରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଭାଗ୍ୟ ପ୍ରଭାବିତ ହୋଇଛି । ଯାହା ତାଙ୍କ ନିଟ୍ ମୂଲ୍ୟକୁ 98.7 ବିଲିୟନ ଡଲାରକୁ ହ୍ରାସ କରିଛି।
ବ୍ଲୁମବର୍ଗର ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକା ଅନୁଯାୟୀ ଅମ୍ବାନୀ ଅଷ୍ଟମ ସ୍ଥାନରେ ଥିବାବେଳେ ଗୌତମ ଆଦାନୀ ନବମ ସ୍ଥାନକୁ ଖସି ଆସିଛନ୍ତି। ତେବେ, ଏସିଆର ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ରହିଥିବା ବେଳେ ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ।












Click it and Unblock the Notifications