ଦିନକରେ କ୍ଷତି ଲକ୍ଷେ କୋଟି, ଧନୀ ତାଲିକାରୁ ତଳକୁ ଖସିଲେ ଅମ୍ବାନୀ
ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଦିନକରେ ଏକ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । ଫଳରେ ବିଶ୍ୱ ଧନୀ ତାଲିକାରେ ସେ ତିନିଟି ପାହାଚ ତଳକୁ ଖସି ଆସିଛନ୍ତି ।
ନୂଆଦିଲ୍ଲୀ : ଗତ ସେପ୍ଟେମ୍ବର 30ରେ ଯିଏ ବିଶ୍ୱର ଶ୍ରେଷ୍ଟ ଧନୀ ତାଲିକାରେ ଷଷ୍ଠରେ ରହିଥିଲେ ସେ ଦିନକରେ ତିନି ପାହାଚ ତଳକୁ ଖସି ଆସିଛନ୍ତି । ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବେ ଚିନ୍ତାରେ ପଡିଛନ୍ତି । ତାଙ୍କ କମ୍ପାନୀ ରିଲାୟନ୍ସ ଇଣ୍ଡଷ୍ଟ୍ରି ଏକ ବଡ ଧରଣର କ୍ଷତି ସହିଛି । ଦିନକରେ ତାଙ୍କ କମ୍ପାନୀ ଲକ୍ଷେ କୋଟିର କ୍ଷତି ସହିଛି । ସେୟାର ବଜାରରେ ହଟାତ୍ ରିଲାୟନ୍ସ ଇଣ୍ଡଷ୍ଟ୍ରିର ସେୟାର ମୂଲ୍ୟରେ ଏକ ବଡ ଧରଣର ହ୍ରାସ ଘଟିଛି । ଫଳରେ ଅମ୍ବାନୀ ଗୋଟିଏ ଦିନରେ 51 ହଜାର କୋଟି ଟଙ୍କା ହରାଇଛନ୍ତି । ତାଙ୍କ କମ୍ପାନୀ ରିଲାୟନ୍ସ ଇଣ୍ଡଷ୍ଟ୍ରି ମଧ୍ୟ ଏକ ଲକ୍ଷ କୋଟି ଟଙ୍କା ହରାଇଛି ।

ଚଳିତ ବର୍ଷ ସେପ୍ଟେମ୍ବର 30 ସୁଦ୍ଧା ଶେଷ ତ୍ରୟମାସରେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜର ନିଟ ଲାଭ 15 ପ୍ରତିଶତ ହ୍ରାସ ପାଇଥିବାରୁ ନିବେଶକମାନେ ଏଥିରେ ନିରାଶ ହୋଇଥିଲେ । ଫଳରେ ସେମାନେ ତାଙ୍କ ସେୟାର ବିକ୍ରି କରିଥିଲେ । ଏହାକୁ ନେଇ ସେୟାର ପିଛା ଦାମ୍ 8.62 ପ୍ରତିଶତ ହ୍ରାସ ପାଇ 1877 ଟଙ୍କାରେ ପହଁଚି ଯାଇଥିଲା । ଫଳରେ ଏତେ ବଡ କ୍ଷତି ଅମ୍ବାନୀ ସହିଥିବା କୁହାଯାଉଛି । ସୂଚନାଥାଉକି, ଗତ ସେପ୍ଟେମ୍ବର 16ରେ ରିଲାୟନ୍ସ ଇଣ୍ଡଷ୍ଟ୍ରିଜର ସେୟାର ପିଛା ଦାମ 2368 ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା ।












Click it and Unblock the Notifications