Get Updates
Get notified of breaking news, exclusive insights, and must-see stories!

ବନ୍ଦ ହେଲା ଯୁଦ୍ଧ, ମାଲାମାଲ୍‌ ହୋଇଗଲେ ଅମ୍ବାନୀ-ଆଦାନୀ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଜଫାୟର ହେବା ପରେ ସୋମବାର ଦିନ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। ସେନସେକ୍ସ ୩.୭୪% ବା ୨୯୭୫.୪୩ ବୃଦ୍ଧିଘଟି ୮୨,୪୨୯.୯୦ ରେ ବନ୍ଦ ହୋଇଥିଲା। ଦିନରେ ୩୦୦୦ ଅଙ୍କରୁ ଅଧିକ ଉପରେ ଥିଲା। ନିଫ୍ଟି ମଧ୍ୟ ସାନଦାର ପ୍ରଦର୍ଶନ କରିଛି ଏବଂ ୯୧୬.୭୦ ଅର୍ଥାତ ୩.୮୨% ବୃଦ୍ଧି ସହ ୨୪ ,୯୨୪.୭୦ ଅଙ୍କ ସ୍ତରରେ ବନ୍ଦ ହୋଇଥିଲା।

ସେୟାର ବଜାରରେ ବୃଦ୍ଧି କାରଣରୁ ନିବେଶକଙ୍କ ସମେତ ଅମ୍ବାନୀ ଓ ଆଦାନୀଙ୍କୁ ବି ବଡ ଫାଇଦା ମିଳିଛି । ଦେଶର ଦୁଇ ବଡ଼ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀ ମଧ୍ୟ ସେୟାର ବଜାରର ଏହି ବୃଦ୍ଧିରୁ ଲାଭ କମାଇଛନ୍ତି । ଦୁହେଁ ଗୋଟିଏ ଦିନରେ ୧୦୦ ବିଲିୟନ ଡଲାର ରୋଜଗାର କରିଛନ୍ତି ।

ambani adani

ସୂଚକାଙ୍କ ଅନୁଯାୟୀ, ସୋମବାର ଦିନ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ନେଟ୍ ସମ୍ପତ୍ତି ୪.୪୨ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୪୪୨ କୋଟି ଡଲାର ବୃଦ୍ଧି ପାଇଛି । ଠିକ୍ ସେହିପରି, ଆଦାନୀ ଗ୍ରୁପ୍ ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ନେଟ୍ ସମ୍ପତ୍ତି ଗୋଟିଏ ଦିନରେ ୫.୩୧ ବିଲିୟନ ଡଲାର ଅର୍ଥାତ୍ ୫୩୧ କୋଟି ଡଲାର ବୃଦ୍ଧି ପାଇଛି ।

ବଡ କଥା ହେଉଛି ଏହା ସହିତ ଗୌତମ ଆଦାନୀ ପୁଣି ଥରେ ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ସୋମବାର ଦିନ, ଭାରତୀୟ ଷ୍ଟକ୍ ବଜାରରେ ପ୍ରାୟ ୪ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା । ଫଳସ୍ୱରୂପ, ନିବେଶକମାନେ ଗୋଟିଏ ଦିନରେ ୧୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+