JIO tariff plan increase: ଝଟକା ଦେଲା ଜିଓ ! ବଢିଲା ରିଚାର୍ଜ ପ୍ଲାନ୍, ଜାଣନ୍ତୁ କେତେ ଟଙ୍କାର କରିବାକୁ ହେବ ରିଚାର୍ଜ
JIO tariff plan increase: ପ୍ରାୟ 30 ମାସ ପରେ ଟେଲିକମ୍ ଇଣ୍ଡଷ୍ଟ୍ରିରେ ଶୁଳ୍କ ବୃଦ୍ଧି ହୋଇଛି । ଏହା ପରେ ଗ୍ରାହକଙ୍କୁ ଝଟକା ଦେଇଛି ଜିଓ । ମାର୍କେଟ ଲିଡର ରିଲାଏନ୍ସ ଜିଓ ଗୁରୁବାର ଦିନ ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ସେଗମେଣ୍ଟରେ ମୋବାଇଲ୍ ଟାରିଫ୍ ରେ 12 ରୁ 25 ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଓର ଶୁଳ୍କ ବୃଦ୍ଧି ଦେଶର ଅନ୍ୟ ଦୁଇ ପ୍ରମୁଖ ଘରୋଇ କ୍ଷେତ୍ର ଟେଲିକମ୍ କମ୍ପାନୀ - ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ଉପରେ ମଧ୍ୟ ପ୍ରଭାବ ସୃଷ୍ଟି କରିଛି । ଭାରତୀ ଏୟାରଟେଲ୍ ମଧ୍ୟ ଏହାର ଟାରିଫ୍ ପ୍ଲାନରେ ବୃଦ୍ଧି କରିଛି ।
୩ ଜୁଲାଇରୁ ୟୁଜର୍ସ ଏହି ନୂଆ ପ୍ଲାନ ମାଧ୍ୟମରେନିଜ ନମ୍ବର ରିଚାର୍ଜ କରିବାକୁ ପଡ଼ିବ । ଜିଓ ନିଜର True 5G ସର୍ଭିସକୁ ଦେଶର 85 ପ୍ରତିଶତ କ୍ଷେତ୍ରରେ ହଟାଇ ଦେଇଛି ।

କେଉଁ ପ୍ଲାନର ଦାମ କେତେ ହେଲା...
28 ଦିନିଆ ପ୍ଲାନରେ ପରିବର୍ତ୍ତନ
ପୂର୍ବରୁ ଜିଓର 28 ଦିନିଆ ପ୍ଲାନରେ 155, 209, 239, 299, 349 ଓ 399 ଟଙ୍କା ଦେବାକୁ ପଡ଼ୁଥଇଲା । ବର୍ତ୍ତମାନ ଏହା ଯଥାକ୍ରମେ 189, 249, 299, 349, 399 ଓ 499 ଦେବାକୁ ହେବ ।
56 ଦିନିଆ ପ୍ଲାନ୍ ରେ ବଢିଛି କେତେ
ସେହିପରି 56 ଦିନିଆ ପ୍ଲାନର 479 ଓ 533 ଟଙ୍କା ବଦଳରେ ଆପଣଙ୍କୁ 579 ଓ 629 ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି 84 ଦିନିଆ ପ୍ଲାନ୍ ବ୍ୟବବାର କରିବାକୁ ଏବେ 479, 799, 859 ଓ 1199 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
336 ଦିନିଆ ପ୍ଲାନ୍
336 ଦିନିଆ ପ୍ଲାନର ଦାମରେ ବି ବୃଦ୍ଧି ହୋଇଛି । ପୂର୍ବରୁ ଏହି ପ୍ଲାନ ପାଇଁ 1559 ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ 1899 ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି 365 ଦିନ ପ୍ଲାନ୍ ପାଇଁ ପୂର୍ବରୁ 2999 ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ 3599 ଟଙ୍କା ଦେବାକୁ ପଡିବ ।
ଦୁଇଟି ନୂଆ ସର୍ଭିସ ଲଞ୍ଚ
ପ୍ଲାନର ଦାମ ବଢ଼ାଇବା ସହ ଜିଓ ଦୁଇଟି ନୂଆ ସର୍ଭିସ ଲଞ୍ଚ କରିଛି । ଠକେଇରୁ ୟୁଜର୍ସଙ୍କୁ ସୁରକ୍ଷା ଦେବା ପାଇଁ କମ୍ପାନୀ Jio Safe ସର୍ଭିସ ଲଞ୍ଚ କରିଛି । ଏହା ଏକ କ୍ବାଣ୍ଟମ ସିକ୍ବର କମ୍ୟୁନିକେସନ ଆପ୍ । ଯାହା ପାଇଁ ପ୍ରତିମାସ 199 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହାବାଦ AI ବେସଡ୍ Jio Translate ସର୍ଭିସ ବି କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଛି । ଏଥିପାଇଁ ୟୁଜର୍ସଙ୍କୁ ପ୍ରତିମାସ 99 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ତେବେ ଏହି ଦୁଇ ସର୍ଭିସ ବର୍ତ୍ତମାନ ପାଇଁ କମ୍ପାନୀ ଗୋଟିଏ ବର୍ଷ ପାଇଁ ମାଗଣାରେ ଦେବାକୁ ଯାଉଛି ।
ଏୟାରଟେଲ୍ ବି କରିଛି ବୃଦ୍ଧି
ଏୟାରଟେଲ୍ ମଧ୍ୟ ଟାରିଫ୍ ରେଟ୍ ରେ ବୃଦ୍ଧି କରିଛି । 3 ଜୁଲାଇରୁ ନିଜ ମୋବାଇଲ ରିଚାର୍ଜ ପ୍ଲାନର ନୂଆ ଦାମ୍ ଲାଗୁ ହେବ । ଉତ୍ତମ ନେଟଓ୍ବର୍କ ଓ ସେବା ପ୍ରଦାନ କରିବା ପାଇଁ ପ୍ରତି ଗ୍ରାହକଙ୍କଠୁ ହାରାହାରି 300 ଟଙ୍କା ଆୟ ଜରୁରି ବୋଲି କମ୍ପାନୀ ସୂଚନା ଦେଇଛି । କମ୍ପାନୀ ଏହା ମଧ୍ୟ କହିଛି କି ଏହି ବୃଦ୍ଧି ବହୁତ କମ୍, ପ୍ରତିଦିନ ଅନୁସାରେ 70 ପଇସାରୁ ମଧ୍ୟ କମ୍ ।












Click it and Unblock the Notifications